କାଶୀନଗର ଦୈନିକ ବଜାରରୁ ଉଛେଦ ପ୍ରକ୍ରିୟା ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରୁ ବହୁ ଦିନ ପରେ କାଶୀନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ପ ରାଜସ୍ବ ବିଭାଗ ପକ୍ଷରୁ କାଶୀନଗର ସହର ରେ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି | ସୂଚନା ମୁତାବକ ସ୍ଥାନୀୟ ପ୍ରଶାସନ ତରଫରୁ ମାଇକ ଯୋଗେ ଗତ ବୁଧୁବାର ପ୍ରଚାର କରାଯାଇଥିଲା | ଫୋରେଷ୍ଟ ଛକ ଠାରୁ ସ୍ଥାନୀୟ ବସ ଷ୍ଟାଣ୍ଡ ଓ ଦୈନିକ ବଜାର ରେ ଏହି ପ୍ରକ୍ରିୟା ଚାଲିବ ବୋଲି ଜଣାପଡିଛି | ଆଜି ସ୍ଥାନୀୟ ତହସିଲଦାର ଶ୍ରୀ ପ୍ରଧାନ, ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ ପ୍ରଧାନ ପୋଲିସ ଫୋର୍ସ, ସମସ୍ତ ଙ୍କ ଉପସ୍ଥିତି ରେ ସ୍ଥାନୀୟ ଦୈନିକ ବଜାର ରୂ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି | ଦୈନିକ ମ୍ୟାଚ ବଜାର କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା, ବସ ଷ୍ଟାଣ୍ଡ ସମ୍ମୁଖରେ ଥିବା ଦୋକାନ ଘର କୁ ଦୈନିକ ବଜାର ଭିତରକୁ ନେବା, ଓ ଠେଲା ଗାଡି ଉଠା ଦୋକାନୀଙ୍କୁ ପିନ୍ଦି ଯୋଗାଇଦେବା ସ ବଜାର ଆଗରେ ଗୋଟିଏ ଡ୍ରେନ କରାଯିବ ବୋଲି ନୀତିଗତ ନିଷ୍ପତି ହୋଇଛି | ପୁରୁଣା ବଜାର ରେ ହୋଇଥିବା ଜବର ଦଖଲ କୁ ଉଛେଦ କରି ଅଟୋ ଷ୍ଟାଣ୍ଡ କରାଯିବ | ଦୁଇଟି ଜେସିବି ମେସିନ ଓ ୮ ଗୋଟି ଟ୍ରାକ୍ଟର ପୋଲିସ ଫୋର୍ସ ସାହାଯ୍ୟ ରେ ଉଛେଦ କରାଯିବ ବୋଲି କୁହାଯାଉଛି |ଏହି ନିଷ୍ପତି କୁ କେତେଜଣ ସ୍ୱାଗତ କରିଛନ୍ତି, ଆଉ କିଛି ଉଠା ଦୋକାନୀ ଓ ସଚେତନ ନାଗରିକ ଓ ବିଜେପି ଦଳ ର କିଛି କର୍ମୀ ଆଜି ତହସିଲଦାର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଗୁହାରି କରିଛନ୍ତି କି ଧନୀ ଗରିବ ବାଛ ବିଚାର କରା ନଂ ଯାଉ | ସ୍ଥାନୀୟ ପୁରୁଣା ବଜାର ପାଖରେ ଥିବା ଏନ ଏ ସି ର ଯାଗା କୁ କିଛି ମୃଷ୍ଟିମେୟ ଲୋକ ଜବରଦଖଲ କରି ଅଟାଳିକା ବାନ୍ଧି ଦୋକାନ କରି ବେପାର ବାଣିଜ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ଉଛେଦ ରେ ସାମିଲ କରାଯାଉ |୧୯୮୩_୮୪ ଦଶକ ରେ ସେଠାରେ ଦୈନିକ ବଜାର ଓ କିରାନି ଦୋକାନ ରହିଥିବା କେତୋକ ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି |ଉଛେଦ ପ୍ରକ୍ରିୟା ପାଇଁ, ନବ ନିର୍ବାଚିତ କୌଣସିଲ ର ପ୍ରଥମ ବୈଠକ ରେ ନିଷ୍ପତି ହୋଇଥିଲା, ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାପରି ଏହା ଗାଡିଗଡ଼ି ଚାଲିଥିଲା, ଗ୍ରାମବାସୀ ଙ୍କ କହିବା ଏହାକି ସମସ୍ତ ବିଭାଗ ର ମିଶ୍ରଣ ଓ ସମୂହ ନିଷ୍ପତି ନେଇ ଉଛେଦ କରାଯାଉ | କାଶୀନଗର ରୂ ପ୍ରଣତି ସାବତ ଙ୍କ ରିପୋର୍ଟ.