କାଶୀନଗର ପଂଚାୟତ ସମିତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ପଂଚାୟତ ସମିତିର ସଭା ଗୃହରେ ସମିତି ବୈଠକ ଅନୁଷ୍ଠିତ ହୋଇଛି | ଚଳିତ ସାଧାରଣ ନିର୍ବାଚନ ପରେ ଏହା ଥିଲା ପ୍ରଥମ ବୈଠକ | ନବ ନିର୍ବାଚିତ ବିଧାୟକ ରୁପେଶ ପାଣିଗ୍ରାହୀଙ୍କୁ ବ୍ଲକ ତରଫରୁ ଉଚ୍ଚଶ୍ରିତ ସମ୍ବର୍ଦ୍ଧନା ଦିଆଯାଇଥିଲ| ବିଡ଼ିଓ ଡମ୍ବୁରୁ ଧର ମଲ୍ଲିକ ଓ ସହାୟକ ଯନ୍ତ୍ରୀ ନାରାୟଣ ପାଢ଼ୀ ବ୍ଲକ ତରଫରୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ଵାଲା ସାୟାମ୍ମା, ଜିଲ୍ଲାପରିଷଦ ସଭ୍ୟା ରାଜ ଲକ୍ଷ୍ମୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାଵରା ତିରୁପତି ରାଓ , ଉପାଧ୍ୟାଖ୍ୟା ଏସ କଲ୍ୟାଣୀ ମଧ୍ୟ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ବ୍ଲକର ସମସ୍ତ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଓ ସମସ୍ତ ଲାଇନ ବିଭାଗ ର ଅଧିକାରୀ ଯୋଗଦେଇଥିଲେ | ଆଗାମୀ ବର୍ଷା ଦିନ ପାଇଁ କୃଷି, ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବାକୁ ବୈଠକ ରେ ନିଁର୍ଧେଶ ଦିଆଯାଇଛି | ଶିକ୍ଷା, ଗ୍ରାମ୍ୟ ଜଳ ଯୋଗାଣ କୃଷି ଏଭଳି ସମସ୍ତ ବିଭାଗର ସମୀକ୍ଷା କରାଯାଇଥିଲା | ବିଡ଼ିଓ ଶ୍ରୀ ମଲିକ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ଗତ ବୈଠକର ବିବରଣୀ ପାଠ କରିବାକୁ କହିଥିଲେ |, କାଶୀନଗର ବ୍ଲକ ରେ ଏକ ଶିକ୍ଷକ ଭବନ ନିର୍ମାଣ ନିମନ୍ତେ ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ସହ ଅନୁପଚାରିକ ଆଲୋଚନା କରିଥିଲେ ଗଜପତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ସଭାପତି ଜଗଦୀଶ ପାତ୍ର, ଏ ନେଇ ସମିତି ଅଧ୍ୟାକ୍ଷା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଦାବୀ ପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି |