କାଶୀନଗର ପୋଲିସ ଦ୍ୱାରା ନାକା ପଏଣ୍ଟରେ ଯାଞ୍ଚ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ପୁଲିସ ବିଭିନ୍ନ ନାକା ପଏଣ୍ଟରେ ଯାଞ୍ଚ ଜାରି ରହିଛି। ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳା ତଥା ମୁକ୍ତ ଓ ଅବାଧ ଭାବେ ପରିଚାଳନା ପାଇଁ ବହୁ ପୂର୍ବରୁ ଏପରି ଯାଞ୍ଚ ରାଯାଉଛି। ନିର୍ବାଚନରେ କିଛି ରାଜନୈତିକ ଦଳ ଆର୍ଥିକ କାରବାର କରିବା କରାଯା ଆଶଙ୍କା ରହିଛି । କିଭଳି ଭାବେ ସେମାନେ ଆର୍ଥିକ କାରବାର ନ କରିବେ ସେଥି ପାଇଁ ଯାତାୟତ କରୁଥିବା ବିଭିନ୍ନ ଯାନବାହାନ ଯାଞ୍ଚ କରାଯାଉଛି । । ସେହିପରି ଅବାଧ ମଦ ଚାଲାଣ ଯେପରି ନ ହୁଏ ତାକୁ ରୋକିବା ପାଇଁ ମଧ୍ଯ ଯାହାନବାହାନ ଯାଞ୍ଚକୁ କଡାକଡି କରାଯାଉଥିବା କୁହାଯାଇଛି। କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ତତ୍ତ୍ୱାବଧାନରେ ହାଡୁଭାଙ୍ଗି ଓ କେ. କ. ସୀତାପୁର ନାକା ପଏଣ୍ଟରେ କଡାକଡି ଭାବେ ଯାନବାହାନ ଯାନବା ଯାଞ୍ଚ ସହ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ଧରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । କାଶୀନଗର ବ୍ଲକ ଆନ୍ଧ୍ର ସୀମାନ୍ତରେ ଥିବା ଯୋଗୁଁ ଆନ୍ଧ୍ର ଦେଇ ଓଡ଼ିଶା ତଥା କାଶୀନଗର ବ୍ଲକରେ ଯେପରି କୌଣସି ଅପରାଧ କାର୍ଯ୍ୟକଳାପ ନ ହୁଏ ସେଥ୍ପାଇଁ ପୁଲିସ କଡାକଡି ଭାବେ ପହରା ଦେବା ସହ ଯାଞ୍ଚ କରୁଛି।