କାଶୀନଗର: ବିଜେଡିର ରାଲି ଓ ମିଶ୍ରଣ ପର୍ବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ସହରେ ବିଜେଡି ତରଫରୁ ପ୍ରଚାର ରାଲି ସହ ମିଶ୍ରଣ ପର୍ବ ହୋଇଥିଲା । ଷ୍ଟେଟ ବ୍ୟାଙ୍କ ଛକରୁ ବିଜେଡି ଦଳର ସମସ୍ତ ୧୩ଗୋଟି ୱାର୍ଡର ବିଜେଡି ପ୍ରାର୍ଥୀ ଓ ସମର୍ଥକଙ୍କ ସହ ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପିତ ରାଓ, କାଶୀନଗର ଜୋନ୍-୧ ସଭ୍ୟା ଆର୍. ରାଜ୍ୟ ଲକ୍ଷ୍ମୀ, କାଶୀନଗର ଏନ୍ଏସି ଅଧ୍ୟକ୍ଷା ପ୍ରାର୍ଥୀନୀ ଏମ୍. ସୁଧାରାଣୀ, ନଗର ସଭାପତି ରଘୁରାମ ସାହୁ, ବ୍ଲକ ସଭାପତି ରକମ୍ ରାମପ୍ରସାଦ ଓ ଯୁବ ସଭାପତି ରାଜେଶ ମିଶାଲ୍ ଶୋଭା ଯାତ୍ରାରେ ସହର ପରିକ୍ରମା କରି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ମିଶ୍ରଣ ପର୍ବ ଶ୍ରୀରାମ ଜୁନିଅର କଲେଜ ପଡିଆରେ ହୋଇଥିଲା । ବିଜେପି ନଗର ସବାପତି ରକମ୍ ଚଲପତି ରାଓ, ଦାସୀର ରମେଶ, ପୂର୍ବତନ ଅଧ୍ୟକ୍ଷା କ୍ମ୍ ଇନ୍ଦିରାମ୍ମା, ରକମ୍ ଜନାର୍ଦ୍ଧନ ରାଓ, ୟାରନାଗୁଲା ରାଜୁ, ପି. ମୂରଲୀ ପ୍ରମୁଖ ବିଜେଡି ଦଳରେ ଯୋଗ ଦେଇଥିଲେ । ବିଜେଡିର ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ବରିଷ୍ଠ ନେତା ଡ.ତିରୁପତି ପାଣିଗ୍ରାହୀ ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ନେତା ଉପସ୍ଥିତ ଥିଲେ ।


