କାଶୀନଗର ବିଡିଓଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା କାଶୀନଗର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଲନକ୍ଷ୍ମୀ ପ୍ରସାଦ ସାହୁ ଆଜି କାଶୀନଗର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଥିବାର ଜଣାପଡିଛି । ଆଜି ଡ. ଶ୍ରୀସାହୁ ବ୍ଲକର ବୁଦୁରା, ଗୋରିବନ୍ଧା, ଖାଣ୍ଡବା ପ୍ରଭୃତି ପଞ୍ଚାୟତ ଗସ୍ତ କରି ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ ପରିଦର୍ଶନ କରିଥିଲେ । ଏହି ପଞ୍ଚାୟତ ଗୁଡିକରେ ଚାଲୁ ରହିଥିବା ଅଙ୍ଗନବାଡି କେନ୍ଦ୍ର, ଆବାସିକ ଯୋଜନା, ମିଶନଶକ୍ତି ଗୃହ, ରାସ୍ତାଘାଟ ଆଦି ପରିଦର୍ଶନ କରି ସମସ୍ୟା ଉପୁଜୁଥିବା ସ୍ଥାନରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଖାଣ୍ଡବା ଗ୍ରାମରେ ପହଂଚି ୫ଟି ରୂପାନ୍ତିକରଣ ଯୋଜନାରେ ସାମିଲ ହୋଇଥିବା ହାଇସ୍କୁଲର କାର୍ଯ୍ୟର ଅଗ୍ରଗତି ସମ୍ପର୍କେ ପଚାରି ବୁଝିଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଏହି ଗସ୍ତ ସମୟରେ ବ୍ଲକର ବିଭିନ୍ନ ଅଧିକାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ