କାଶୀନଗର ବ୍ଲକରେ ମାଣ୍ଡିଆ ସଚେତନତା ରଥ ପରିକ୍ରମା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ମଧ୍ୟରେ ଯେଉଁ ଆଦିବାସୀ ମାନେ ମାଣ୍ଡିଆ ଚାଷ କରିଛନ୍ତି ସେହି ମାଣ୍ଡିଆକୁ ରାଜ୍ୟ ସରକାର ସିଧା ସଳଖ କିଣିବାକୁ ଏକ ସଚେତନ ରଥ ତିନି ମାସ ଧରି କାଶୀନଗର ବ୍ଲକ ରେ ଥିବା ୧୨ ଟି ପଞ୍ଚାୟତ ପରିଭ୍ରମଣ କରିବ. ସ୍ଥାନୀୟ କୃଷି ଅଧିକାରୀ ଫିରୋଜ ଆରା, ମୋନିକା ସାହୁ ଓ ଅନ୍ୟ କର୍ମଚାରୀ ଙ୍କ ଉପସ୍ଥିତିରେ ସଚେତନ ରଥ ଉନ୍ମୋଚନ କରାଯାଇଥିଲା . ସ୍ଥାନୀୟ କୃଷି ଅଧିକାରୀ ଶ୍ରୀମତୀ ଆରା ଏହି ରଥ ଗାଁ ଗାଁ ବୁଲି ମାଣ୍ଡିଆ ସରକାର ମଣ୍ଡିରେ ବିକ୍ରି କରିବା ପାଇଁ ପ୍ରଚାର ଓ ସଚେତନ କରିବ. କାଶୀନଗର ବ୍ଲକର ଖାରଡ଼ା ଓ କରଣିଭଦ୍ର ଗ୍ରାମରେ ଦୁଇଟି ମଣ୍ଡି ଖୋଲା ଯାଇଛି. ଏହି ମଣ୍ଡି ବ୍ଲକ ଲେବଲ ବଂଶଧରା ଫେଡେରେସନ ଦ୍ୱାରା ଖୋଲାଯାଇଥବା ବେଳେ ଖାରଡ଼ା ଠାରେ ଶୁକ୍ରବାର ଓ କରିନିଭାଦ୍ରା ଠାରେ ମଙ୍ଗଳ ବାର ଦିନ ମାଣ୍ଡିଆ କିଣିବାକୁ ଯୋଜନା କରାଯଇଛି ବୋଲି ସୂଚନା ମିଳିଛି . ଆଦିବାସୀଙ୍କ ଦ୍ୱାରା ଅମଳ କରାଯାଇ ଥିବା ମାଣ୍ଡିଆର ମୂଲ୍ୟ କ୍ୟୁଣ୍ଟାଲ ପିଛା ୩୮୪୬ ଟଙ୍କା ଧାର୍ଯ୍ୟ କରାଯାଇଛି.


