କାଶୀନଗର ବ୍ଲକର ବିଭିନ୍ନ ସ୍କୁଲରେ ୭୫ବର୍ଷ ପୂର୍ତ୍ତି ଅବସରରେ ଅଜାଦୀକା ଅମୃତ ମହୋତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ “ଆଜାଦୀକା ଅମୃତ ମହୋତ୍ସବ” କାଶୀନଗରର ସମସ୍ତ ବିଦ୍ୟାଳୟ”ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କାଶୀନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପୂର୍ବାହ୍ନରେ ସ୍ଥାନୀୟ ବାରଣାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡିଆ ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରାରେ ବାହାରି ଦୀର୍ଘ ୫୦ ମିଟର ଲମ୍ବର ଜାତୀୟ ପତାକା ସହ ଛୋଟ ଛୋଟ ଜାତୀୟ ପତାକା ଧରି ଜାତୀୟ ବୋଧ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ନଗର ପରିକ୍ରମା ସହ ଭାରତ ମାତାର ଜୟ ସ୍ଲୋଗାନ ଦେଇ ଯାଇଥିଲେ ପରେ କାଶୀନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ନବ ଉତ୍କଳର ନିର୍ମାତା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଉପରେ ଫଟୋ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ କାଶୀନଗର ବ୍ଲକର ୫୦ ରୁ ଉର୍ଦ୍ଧ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାରେ କୃତି ୧୦ ଜଣ କୃତୀ ପ୍ରତିଯୋଗୀଙ୍କୁ ଗଜପତି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଚୟନ କରା ଯାଇଥିଲା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଆଦିକନ୍ଧ ଗମାଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବ ବୈଠକରେ ଏବିଇଓ ମୀନା କୁମାରୀ ବେହେରା ,ବାରଣାସୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ସୁଶୀଳ କୁମାର ପଣ୍ଡା , ବରିଷ୍ଠ ସାମ୍ବାଦିକ ଶ୍ରୀ ହୃଷୀକେଶ ଗୌଡ଼ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ କ୍ଲଷ୍ଟରର ସିଆରସିସି: ମାନେ ବୈଠକରେ ଯୋଗ ଦେଇଥିଲେ ସି.ଆର୍.ସି ଗୋପାଳ ରାଓ ଏହି ସମସ୍ତ କାର୍ଯ୍ୟକ୍ରମକୁ କାଶୀନଗର ସିଆରସିସି: ଶ୍ରୀ ଗୋପାଳ ରାଓ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ