କାଶୀନଗର ବ୍ଲକ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ରେ ତାଲା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ବ୍ୟାପକ ଭାବେ ଦୁର୍ନୀତି ହେଉଥିବା ନେଇ ଆଜି ବିଜେପି ସମର୍ଥିତ ଗରିବ ହରିଜନ,ଆଦିବାସୀ ତଥା ଆବାସ ଯୋଜନା ରେ ବଞ୍ଚିତ ହୋଇଥିବା ହିତାଧିକାରୀ ମାନେ ପହଚି , ବ୍ଲକ ର ମୁଖ୍ୟ ଫାଟକରେ ତାଲା ପୋକେଇଛନ୍ତି। ସୂଚନା ଯୋଗ୍ୟ ଯେ ଆଜି ସମିତି ର ବୈଠକ ରଖାଯାଇଥିଲା, କିନ୍ତୁ ମୁଖ୍ୟ ଫାଟକରେ ପାଖରେ ଶତାଧିକ ମହିଳା ଓ ପୁରୁଷ ବ୍ଲକ ରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ସ୍ଲୋ ଗାନ ଦେଇ ବିକ୍ଷଵ କରିବା ସହ ଧାରଣା ରେ ବସି ଥିଲେ। ବିକ୍ଷବ କରି ମାନଙ୍କ ମୁଖ୍ୟ ଦାବି ହେଲା ଆବାସ ଯୋଜନା ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବା,ଓ ଯୋଗ୍ୟ ହିତାଧିକାରୀ ମାନେ ତାଲିକାରୁ ବାଦ୍ ପଡିବା , ବିକଳାଙ୍ଗ ମାନଙ୍କ ପେନସନ ଓ ଗୃହ ଯୋଗାଣ ରେ ଅନିୟମିତତା ଓ ସଂପ୍ରତି ଅମୃତ ସରବର୍ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି।ସୂଚନା ଯୋଗ୍ୟ ଯେ ପୋଖରୀ ଖନନରେ ମେଚିନରୀ ଯୋଗେ କାର୍ଯ୍ୟ କରାଯାଉଛି, ଜବ୍ କାଡ ଧରି ମାନେ କାମ ନ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ସରକାରଙ୍କ ନିୟମ ମୁତାବକ ମାଟି ଖୋଲିଲେ ୧ CM କୁ ଯାହାକି , ମେଚିନରି ଦ୍ଵାରା କରଗୋଲେ ସିଆମ୍ ୪୮ ଟଙ୍କା ଦେୟ ପଡୁଛି, ଯାହାରି ଫଳରେ ବୋହୂ ଟଙ୍କା ହଡ଼ପ୍ କରାଯାଇ ,ଠିକାଦାର , ଯନ୍ତ୍ରୀ ,ଓ ପ୍ରଶାସନ ଉକ୍ତ ଟଙ୍କା କୁ ହଡ଼ପ କରୁଛନ୍ତି। ଉକ୍ତ ଧାରଣା ରେ ପୂର୍ବତନ ସରପଞ୍ଚ D. ଚିଟି ବାବୁ, ଉମାଶଙ୍କର ଗନ୍ତାୟତ, N.କୋଟେଶ୍ୱର ରାଓ , K. କିରଣ କୁମାର୍ ବହୁ ଜନସାଧାରଣ ଯୋଗ ଦେଇ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ