କାଶୀନଗର ଭେଙ୍କେଟେଶ୍ୱର ମନ୍ଦିର ଉତ୍ସବ ମୁଖର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନାଗର ଠାରେ ଥିବା ଭେଙ୍କେଟେଶ୍ୱର ମନ୍ଦିର ଗତ ତିନି ଦିନ ହେଲା ଉତ୍ସହବ ମୁଖର ହୋଇଥିବା ନଜର କୁ ଆସିଛି. ମନ୍ଦିରର ୨୪ ବର୍ଷ ପୂର୍ତ୍ତି ଅବସରରେ ଗତ ୧୧ ତାରିଖ ଦିନ କଳସୀ ଯାତ୍ରା କରିବା ସହ ସେହି ପାଣିରେ ଜଳାଭିଷେକମ କରିବା ସହ ବିଷ୍ଣୁ ସହର୍ସ ନାମ ସହ ହୋମ ଆରମ୍ଭ ହୋଇଥିଲା. ୧୨ ତାରିଖ ଦିନ କୁମୁକୁମୁ ଅର୍ଚନା କରିବା ସହ ପଦ୍ମାବତୀ ସହସ୍ର ନାମ ସହ ଯଂଜ୍ଞ ହୋଇଥିଲା. ଆଜି ଶେଷ ଦିନ ଏମ. ମୁରଲୀଙ୍କ ସହ ତାଙ୍କ ପତ୍ନୀ ସୁନିତା ଓ ଆର. ରବୀନ୍ଦ୍ରବାବୁଙ୍କ ସହ ତାଙ୍କ ପତ୍ନୀ ଲକ୍ଷ୍ମୀ ଦୁହେଁ ମିଳିତ ଭାବେ ଭେଙ୍କେଟେ ଶ୍ୱର କଲ୍ୟାଣ ଉତ୍ସବ ଯଂଜ୍ଞ ରେ ପୂଜା ଆରାଧନା କରିବା ସହ ଏଠାରେ ପ୍ରାୟ ଦୁଇ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା. ଏହି ଉତ୍ସବ ଦେଖିବା ପାଇଁ ଦୂର ଦୁରାନ୍ତରୁ ବହୁ ଭକ୍ତ ସମାଗମ ହୋଇଥିଲେ. ମନ୍ଦିର ସମ୍ପାଦକ ପଡ଼ଲା ଭେଙ୍କେଟ ରାଓ ଦୀର୍ଘ ୨୪ବର୍ଷ ପୂର୍ବେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେବେ ଠାରୁ ଭେଙ୍କେଟେଶ୍ୱର ସ୍ୱାମିଙ୍କ କରୁଣାରୁ ମନ୍ଦିରର ଉନ୍ନତି ଧୀରେ ଧୀରେ ହେବାରେ ଲାଗିଛି ବୋଲି ବକ୍ତବ୍ୟ ରଖିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ