କାଶୀନଗର ମେଡିକାଲ ବର୍ଜ୍ୟବସ୍ତୁ ଓ ଆବର୍ଜନାଗୁଡିକ ରାସ୍ତାରେ ପଡିରହି ପରିବେଶ ଦୂଷିତ ହେବାରେ ଲାଗିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଓ ଆବର୍ଜନାଗୁଡିକ ରାସ୍ତା କଡ଼ରେ ଏଣେ ତେଣେ ପଡ଼ିଥିବାରୁ ପରିବେଶ ଦୂଷିତ ହେବା ସହ ବିଭିନ୍ନ ସଂକ୍ରମକ ରୋଗ ବ୍ୟାପିବାର ସମ୍ଭାବନ ରହିଛି. ସେହି ଅଞ୍ଚଳର ରହୁଥିବା ବାସିନ୍ଦା ମାନେ ଏହି ଆବର୍ଜନା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ହେବା ଆଶଙ୍କା କରି ଭୟରେ ରହିଛନ୍ତି. ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ମହିଳା ମାନଙ୍କ ନିମନ୍ତେ ବ୍ୟବହୃତ ହେଉଥିବା ସାମଗ୍ରୀ, ଔଷଧୀୟ ବସ୍ତୁ ରାସ୍ତା କଡରେ ପଡି ଜମା ରହୁଥିବାରୁ ପରିବେଶ ଦୂଷିତ ହେବା ସଙ୍ଗେ ସଙ୍ଗେ ରୋଗ ସଂକ୍ରମଣ ହେବା ସମ୍ଭାବନା ରହୁଛି. ଏହି ବିଷୟ ଜାଣିବା ପରେ ସେହି ୱାର୍ଡର ସଭ୍ୟ ତଥା ଏନ ଏ ସି ଉପଦକ୍ଷ ରଘୁରାମ ସାହୁ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡ଼ଃ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସହ ଯୋଗାଯୋଗ କରି ଯେପରି ଭବିଷ୍ୟତରେ ଏହି ଆବର୍ଜନା ଗୁଡିକ ରାସ୍ତା କଡରେ ନ ପଡିବ ସେଥିପାଇଁ ଦୃଷ୍ଟି ଦେବେ ବୋଲି କହିଥିଲେ. ଏନ ଏ ସି ଉପାଧ୍ୟକ୍ଷ ଶ୍ରୀ ସାହୁ ପ୍ରତିଦିନ ଏନ ଏ ସି ତରଫରୁ ଆବର୍ଜନା ସଂଗ୍ରହ ଗାଡି ଆସୁଥିଲେ ମଧ୍ୟ ରାସ୍ତା ପାର୍ଶ୍ଵରେ ମେଡିକାଲ ବର୍ଜ୍ୟବସ୍ତୁ ପଡି ଥିବା ଦେଖି ଅସନ୍ତୋଷ ପ୍ରକାଶ କରିଵା ସହ ଯଥା ଶୀଘ୍ର ଏହି ଆବର୍ଜନା ଗୁଡିକ ଉଠାଇ ଦୂରରେ ଫିଙ୍ଗା ଯିବ ବୋଲି କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ