କାଶୀନଗର ରଇତ ସଂଘର ଦ୍ୱତୀୟ ବାର୍ଷିକ ଉତ୍ସବ
କାଶୀନଗର,( ରାଜେଶ କୁମାର ପଟ୍ଟନାୟକ): କାଶୀନଗର ସ୍ଥାନୟ ଡାକବଙ୍ଗଳା ଠାରେ କାଶୀନଗର ରଇତ ସଂଘ ତରଫରୁ ଦ୍ୱତୀୟ ବାର୍ଷିକ ଉଛବ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବି.ଡି.ଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ । ସଂଘର ସଭାପତି କବି ପ୍ରଶାନ୍ତ ମିଶ୍ର ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରଘୁରାମ ସାହୁ,ଉପଦେଷ୍ଟା ସୁବାସ ବିଶ୍ୱାସ ରାୟ, କାର୍ଯକାରୀ ସଭାପତି ଏସ ତାତେୟା ଉପସଭାପତି ୱାଇ ଧନୁଜୟା କୋଷାଧକ୍ଷ ବସନ୍ତ ଦାମୋଦର, ସଭ୍ୟ ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ମାନେ କୃଷି ଓ କୃଷକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏନ.ଏ.ସି ତରଫରୁ କାଶୀନଗର ଠାରେ ଏକ ରଇତ ବଜାର ନିର୍ମାଣ କରିବା ପାଇଁ ମୁଖ୍ୟ ଅତିଥିଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଅନୁକୂଳ ପଦକ୍ଷେପ ନେବାକୁ ସେ ପ୍ରତିଶୃତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୃଷକ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ |


