କାଶୀନଗର ଶିଶୁ ବିକାଶ ପ୍ରକଳ୍ପ ରେ ଅବ୍ୟବସ୍ଥା

କାଶୀନଗର ,(ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକର ସମନ୍ବିତ ଶିଶୁ ବିକାଶ ଯୋଜନା ଏଠାରେ ବିଫଳ ହୋଇଥିବା ଜଣଯାଏ | ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କୁ ନିୟମିତ ସି.ଡି.ପି.ଓ ଆସନ୍ତି ନାହିଁ |କୌଣସି କର୍ମଚାରୀ ହେଡ କ୍ୱାଟର ରେ ରହନ୍ତି ନାହିଁ | ଏଠାରୁ ୩୦ କିଲୋମିଟର ଦୂର ପାରଳାଖେମୁଣ୍ଡି ରୁ ଯାତାୟାତ କରନ୍ତି | ଅତି ବିଳାଶପୂର୍ଣ୍ଣ ଗାଡି ଦୈନିକ ଭଡା ସୂତ୍ର ରେ ଆସୁଛି ,ଅଙ୍ଗନବାଡି କେନ୍ଦ୍ର ଗୁଡିକ ନିୟମିତ ଖୋଲା ଯାଉ ନାହିଁ ,ଅଙ୍ଗନବାଡି କର୍ମୀ ମାନେ ଗ୍ରାମାଞ୍ଚଳ ରେ ନିଜ କେନ୍ଦ୍ର ପାଖରେ ନ ରହି ସହରାଂଚଳ ରେ ରହନ୍ତି |ଶୁଣାଯାଏ ଯେ କର୍ମୀ ମାନେ ମାସିକ ପାଉଣା ଦେଇ ନିଜ ଘରେ ରହୁଛନ୍ତି | କେନ୍ଦ୍ର ପାଇଁ ଅସବାବ ପତ୍ର , ଖେଳନା ଆଦି ଜିନିଷ ଖରିଦ ନିମନ୍ତେ କୋଟେସନ ନିଅ ଯାଉ ନାହିଁ | ମନ ଇଚ୍ଛା ଜିନିଷ ବ୍ୟବସାୟୀ ଙ୍କ ସଲା ସୁତୁରା ରେ କିଣାଯାଏ | ବିଭାଗିୟ ଉଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି | ଏହି ଦୁର୍ନୀତି ବିଷୟରେ କେତେକ ବୁଦ୍ଧିଜୀବି ଜନତା ନିଜ ନାମ ଗୋପନ ରଖି ତଥ୍ୟ ଯୋଗାଇଛନ୍ତି |ଏ ସମ୍ପର୍କରେ ସି.ଡି.ପି.ଓ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଉଠାଇ ନାହାଂତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ