କାଶୀନଗର ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସ୍ଥାନୀୟ ଶ୍ରୀରାମ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ ଯୋଜନା ଆରମ୍ଭ ହୋଇଛି। ଅଧ୍ଯକ୍ଷ ନବକୃଷ୍ଣ ସାହୁ କାରଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ। ସମ୍ମାନିତ ଅତିଥି ଥିଲେ ବୃକ୍ ଅଧ୍ଯକ୍ଷା ବି.ସାଇଆମ୍ମା, ଏନ୍‌ଏସି ଅଧ୍ଯକ୍ଷା ଏମ୍. ସୁଧାରଣୀ, ଉପାଧ୍ୟକ୍ଷ ରଘୁରାମସାହୁ, କାଉନ୍‌ସିଲର୍‌ କେ.ରାମା ରାଓ, ସମାଜସେବୀ ହୃଷିକେଶ ଗୌଡ଼ ପ୍ରମୁଖ। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କ୍ରୀଡା, କଳା, ସାଂସ୍କୃତିକ ଜାଗରଣ, ସାମାଜିକ ସେବା, ନିଶା ନିବାରଣ, ଯୌତୁକ ପ୍ରଥା ଓ ବାଲ୍ୟ ବିବାହ ବନ୍ଦ, ସ୍ବଚ୍ଛତା ଆଦି ବାବଦରେ ସଚେତନ‌ତା ସୃଷ୍ଟି ବୋଲି କହିଥିଲେ ଅତିଥିଗଣ। ଅଧ୍ୟାପିକା ସସ୍ମିତା ଦାସ ସ୍ବାଗତ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କଳ୍ପନା ବେହେରା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ