କାଶ ଦୂରକରେ ପାନ

ପାନକୁ ବିଭିନ୍ନ ଢଙ୍ଗରେ ଖିଆଯାଇଥାଏ । କେହି କେହି ଖାଲି ପାନ ସହ ଗୁଆ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ବିନା ଚୂନରେ ପାନ ଖାଇଥାଆନ୍ତି । ତେବେ ଶୀତଦିନେ ଦେଖାଯାଉଥିବା କିଛି ସାଧାରଣ ସମସ୍ୟାକୁ ଠିକ୍ କରିଥାଏ ପାନ । ଆୟୁର୍ବେଦ ଅନୁଯାୟୀ, ପାନରେ ରହିଛି ଅନେକ ଔଷଧୀୟ ଗୁଣ । ହେଲେ ଏହାକୁ ଠିକ୍ ଭାବେ ଖାଇଲେ ଏହାର ସୁଫଳ ମିଳିଥାଏ ।
କାଶ: ଏହି ସମସ୍ୟା ଦେଖାଦେଲେ ପାଖାପାଖି ୧୫ଟି ପାନପତ୍ରକୁ ଏକ ଗ୍ଲାସ ପାଣିରେ ଭିଜାଇ ରଖି ଏହାକୁ ସିଝାଇ ନେବା । ଦିନରେ ଏହି ପାଣିକୁ ୩ରୁ ୪ ଥର ପିଇଲେ କାଶ ଠିକ୍ ହୋଇଥାଏ ।
ବ୍ରୋଙ୍କାଇଟିସ୍‌: ସେହିପରି ପାନ ସହ ମିଶ୍ରି ମିଶାଇ ସିଝାଇବା ପରେ ଏହି ପାଣିକୁ ପିଇଲେ ବ୍ରୋଙ୍କାଇଟିସ୍ ସମସ୍ୟା ଠିକ୍ ହୋଇଥାଏ ବୋଲି କୁହାଯାଏ ।
ଯେଉଁମାନଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଛି ସେମାନେ ନିୟମିତ ପାନ ସିଝା ପାଣି ପିଇବା ଭଲ । ତେବେ ଏସବୁ ବ୍ୟବହାର କରିବା ପୂର୍ବରୁ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ