କାଶ ସମସ୍ୟା ଦୂର କରେ ଡାର୍କ ଚକୋଲେଟ୍

କାଶ ଏକ ସାଧାରଣ ସମସ୍ୟାୟ ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ ।ଏଥିପାଇଁ କେହି କେହି ଘରୋଇ ଉପ·ର କରି ଡାକ୍ତରୀ ପରାମର୍ଶ ଦ୍ୱାରା ଔଷଧ ସେବନ କରିଥାନ୍ତି । କିନ୍ତୁ ଜାଣନ୍ତି, କାଶ ସମ୍ୟଯାରୁ ରକ୍ଷା ପାଇବାର ସବୁଠୁ ସହଜ ଉପାୟ ହେଉଛି ଚକୋଲେଟ୍ ସେବନ । ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଯଦି ଅତ୍ୟଧିକ କାଶ ଜନିତ ଯନ୍ତ୍ରଣାରେ ପୀଡ଼ିତ ଥାନ୍ତି, ତେବେ ଡାର୍କ ଚକୋଲେଟ୍ ସେବନ ଦ୍ୱାରା ଏଥିରୁ ଉପଶମ ପାଇପାରିବେ । ୟୁନିଭର୍ସିଟି ଅଫ୍ ହଲେର କାର୍ଡିଓଭାସ୍କ୍ୟୁଲାର୍ ଏବଂ ରେସ୍ପିରେଟରୀ ବିଭାଗର ପ୍ରମୁଖ ପ୍ରଫେସର୍ ଏଲିନ୍ ମୋରିସ୍ଙ୍କ ଅନୁସାରେ, କାଶ ହେବା ବେଳେ ଡାର୍କ ଚକୋଲେଟ୍ର ସେବନ ଔଷଧଠାରୁ ଅଧିକ ଫାଇଦା ଦେଇଥାଏୟ ଗବେଷଣାରେ ସାମିଲ ବିଶେଷଜ୍ଞଙ୍କ ଅନୁସାରେ, ଚକୋଲେଟ୍ରେ ମହଜୁଦ୍ କୋକୋଆ କାଶ ସମସ୍ୟାକୁ ଦୁଇ ଦିନ ମଧ୍ୟରେ ଠିକ୍ କରି ଦେଇଥାଏ । କିନ୍ତୁ ଔଷଧ ଦ୍ୱାରା ଏହାକୁ ଠିକ୍ ହେବା ପାଇଁ ସାଧାରଣ ଭାବେ ଦୁଇରୁ ଅଧିକ ଦିନ ଲାଗିଥାଏ । ଇମ୍ପେରିୟାଲ୍ କଲେଜ ଅଫ୍ ଲଣ୍ଡନରେ ହୋଇଥିବା ଅନ୍ୟ ଏକ ଗବେଷଣା ମୁତାବକ, କୋକୋଆରେ ଏକ ପ୍ରକାରର ଆଲକାଲଏଡ୍ ଥାଏ, ଯାହା କାଶକୁ ତୁରନ୍ତ ଭଲ କରିବା ପାଇଁ ବି କମ୍ ସମୟ ନେଇଥାଏ । କେଡିନ୍ ଏକ ଔଷଧ, ଯାହା କାଶ ପାଇଁ ବ୍ୟବହୃତ ସିରଫରେ ଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ