କାହା ଛତ୍ରଛାୟା ତଳେ ପ୍ରଧାନ ଶିକ୍ଷକ?
ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ଉପାନ୍ତ ଅଞ୍ଚଳରେ ବିକାଶ ର ଚିତ୍ର ଗଡୁଛନ୍ତି ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରୁଛନ୍ତି ସ୍ମାର୍ଟ ଶ୍ରେଣି ଗୃହ କାରଣ ଉପାନ୍ତ ଆଦିବାସୀ ଅଞ୍ଚଳର ଛାତ୍ର ଛାତ୍ରୀ ଭଲ ପାଠ ପଢି ମଣିଷ ହେବେ ଏବଂ ନିଜର ଭବିଷ୍ୟତ ଗଢିବେ l କିନ୍ତୁ ଶିଶୁ ମାନଙ୍କ ଭବିଷ୍ୟତ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାଟିରେ ମିଶାଉଥିବା ଅଭିଯୋଗ ହେଉଛି l ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ମୋହନା ବ୍ଲକ କଟାମା ପଞ୍ଚାୟତ ର ପାଜୀଗିଡି ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଠିକ୍ ସମୟ ରେ ବିଦ୍ୟାଳୟ କୁ ଆସୁନାହାନ୍ତି କି ପିଲା ଙ୍କୁ ପାଠ ମଧ୍ୟ୍ୟ ପଡ଼ାଉନାହାନ୍ତି ଅଧାରୁ ବିଦ୍ୟାଳୟ ଛାଡି ଚାଲଯାଉଛନ୍ତି l ବହୁ ବର୍ଷ ଧରି ଗୋଟିଏ ବିଦ୍ୟାଳୟ ରେ ରହୀ ଆସୁଥିଲେ ମଧ୍ୟ ପିଲାଙ୍କ ଭବିଷ୍ୟତ ଗଡି ପାରିନାହାନ୍ତି ଯାହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ସରକାରୀ ବିଦ୍ୟାଳୟ ନ ଆସି ପାଠ ପଢା ଛାଡ଼ିଲେଣି ଖାଲି ସେତିକି ନୁହେଁ ବିଦ୍ୟାଳୟ ରେ ଅଧାପନ୍ତରିଆ କୋଠା ନିର୍ମାଣ କରି ଟଙ୍କା ହଡ଼ପ କରି ନେଇଛନ୍ତି ଖୋଦ ପ୍ରଧାନ ଶିକ୍ଷକ l କୋଠା ନଥିବାରୁ ପିଲା ମାନେ ଗୋଟିଏ ଶ୍ରେଣି ରେ ପାଠ ପଢିବା ବେଳେ ଗୋଣ୍ଡ ଗୋଳ ହୋଈ ଦୁଇ ଛାତ୍ର ଙ୍କ ହାତ ମଧ୍ୟ ଭାଙ୍ଗିଛି ଯାହା ର ଖବର ରଖି ନାହାନ୍ତି ପ୍ରଧାନ ଶିକ୍ଷକ, ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥା ରେ ରହିଥିବା ବେଳେ କୋଠା ଗୁଡିକ ଭାଙ୍ଗି ଗୋ ସାଳା ପାଲଟିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୯/୨୦ଆର୍ଥିକ ବର୍ଷ ରେ ମଞ୍ଜୁର ହୋଇଥିଲା ୪ଲକ୍ଷ୍ୟ ତାହା ମଧ୍ୟ ସମ୍ପୂର୍ଣ କାମ ନ କରି ପ୍ରଧାନ ଶିକ୍ଷକ ଆଲୋକ ମନ୍ତ୍ରୀ ବିଲ ଉଠାଇ ନେଇଛନ୍ତି l ଶ୍ରମିକ କାମ କରିଥିବା ଶ୍ରମିକ ମାନଙ୍କୁ ମଧ୍ୟ୍ୟ ପାରିଶ୍ରମିକ ଦେଇନଥିବା କହିଛନ୍ତି ଶ୍ରମିକ ମାନେ ବିଦ୍ୟାଳୟ କୁ କୌଣସି ଭଲ ଶିକ୍ଷକ ଆସିଲେ ମଧ୍ୟ ତାଙ୍କୁ ରଖେଇ ଦେଉନାନ୍ତି ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ନିମନ୍ତେ ପିଲା ଙ୍କ ପାଇଁ ଆସୁଥିବା ଟଙ୍କା ଡାଲି ଅଣ୍ଡା ପରିବା ଅଣୁନାହାନ୍ତି କି ରୋଷେଇ ପାଇଁ ଆସୁଥିବା କାଠ ପଇସା ଦେଉନଥିବା ଅଭିଯୋଗ କରିଛନ୍ତି ରୋଷେଇ କରୁଥିବା ମା ମାନେ ଏଭଳି କି ଗତ ପଂଚାୟତ ନିର୍ବାଚନ ରେ ଭୋଟର ଙ୍କୁ ଦୁର୍ବ୍ୟବହାର କରିବା ଶହ ବିଦ୍ୟାଳୟ ନ ଜାଇ ପ୍ରଚାର କରୁଥିବା ଅଭିଯୋଗ ଲିଖିତ ପ୍ରମାଣ ଶହ ବିଦ୍ୟାଳୟ କମିଟି ଓ ଅଭିବାବକ ବ୍ଲକ ଶିକ୍ଷ୍ୟା ଅଧିକାରୀ ଙ୍କୁ ଦେଇଥିଲେ ବ୍ଲକ୍ ଶିକ୍ଷ୍ୟା ଅଧିକାରୀ ଦେବଦାଶ ତାମରାପୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାଗାରେ ତାଙ୍କୁ ନିଜ ଛତ୍ରଛାୟା ତଳେ ଢାଙ୍କି ଦେଇଛନ୍ତି l ବିଦ୍ୟାଳୟ କୁ ସପ୍ତାହ କୁ ୪ଦୀନ ଆସନ୍ତି ତାହା ମଧ୍ୟ ୧୧ଟା ରେ ଆସି ଦୁଇଟା ରେ ଚାଲି ଯାଆନ୍ତି l ଛାତ୍ର ଛାତ୍ରୀ ମାନେ କହିଛନ୍ତି ଯାହାକୁ ନେଇ ଗ୍ରାମ ବାସୀ ଏକ ଲିଖିତ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଶୁଣାଣି ରେ ପ୍ରଦାନ୍ କରିଥିଲେ ସେପଟେ ମଙ୍ଗଳ ବାର ଦୀନ ଗ୍ରାମ ବାସୀ, ଅବିଭାବକ ଓ ପରିଚାଳନା କମିଟି ସଦସ୍ୟ ବିଦ୍ୟାଳୟ ସମ୍ମୁଖ ରେ ୧୧ଟା ପଜନ୍ତ୍ ଜଗି ରହିଥିଲେ ଆଉ ପ୍ରଧାନ ଶିକ୍ଷକ ପହଞ୍ଚି ନଥିଲେ ତୁରନ୍ତ ଯଦି ପ୍ରଧାନ ଶିକ୍ଷକ ଆଲୋକ ମନ୍ତ୍ରୀ ଙ୍କୁ ବିଦ୍ୟାଳୟ ରୁ କଡ଼ା ନ ଯାଏ ତେବେ ବିଦ୍ୟାଳୟ ରେ ତାଲା ପକାଇବା ସହ ମୋହନା ବ୍ଲକ ଶିକ୍ଷ୍ୟା ଅଧିକାରୀ କାର୍ଯ୍ୟଳୟ କୁ ଘେରି ରାସ୍ତା ରୋକ କରାଯିବ ବୋଲି ଗ୍ରାମ ବାସୀ ଚେତାବନୀ ଦେଇଛନ୍ତି l