କାହିଁକି ପ୍ରସିଦ୍ଧ କାନ ଫିଲ୍ଲ ଫେସିଟିଭାଲ ?
(ଯୁଗାଦ୍ଧ ନ୍ୟୁଜ) ଦୀପ୍ତି , ଚଳିତ ବର୍ଷ ଜବରଦସ୍ତ ସୁରକ୍ଷା ବ୍ୟବସ୍ଥା ଭିତରେ ଫ୍ରାନ୍ସ ରେ ୭୨ତମ କାନ ଫିଲ୍ଲ ଫେସଟିଭାଲ ଆରମ୍ଭ ହୋଇଯାଇଛି । ପୁରା ଦୁନିଆ ରେ ଏହି ଫେସଟିିଭାଲ ର ନାଁ ବହୁତ ରହିଛି ଖାସ ଏହାର ରେଡ କାରପେଟ । ଏହି କାରପେଟ ରେ ସେଲିବ୍ରେଟି ଙ୍କ ଏଣ୍ଟ୍ର ି ଦୁନିଆ ରେ ଚର୍ଚ୍ଚ ରେ ଥାଏ । ଏହି ବର୍ଷ ରେଡ କାରପେଟ ରେ ପ୍ରଥମେ ପାଦ ଥାପିଥିଲେ ଆର୍ନ୍ତଜାତିକ ସ୍ତରରେ ପପ୍ ସଙ୍ଗ କୁ ନୂଆ ପରିଚୟ ଦେଇଥିବା ସେଲିନା ଗୋମେଜ । ସେ ଧଳା ରଙ୍ଗ ର ପିନ୍ଧିଥିବା ଡ୍ରେସ ସମସ୍ତ ଙ୍କ ଦୃଷ୍ଟି ଆର୍କଷଣ କରିଥିଲା ସତେ ଯେପରି ଅପସରୀ ଟିଏ ପରି ଦେଖାଯାଉଥିଲେ ଏବଂ ପ୍ରତି ଟି ମୂହୁର୍ତ୍ତ ର ପ୍ରତଛବି କୁ ଫେସନଫୋଟ ଗ୍ରାଫର ମାନେ ନିଜର କ୍ୟାମେରା ଲେନ୍ସ ରେ ବାନ୍ଧି ରଖିଥିଲେ । ଏହା ପରେ ଡଚ ମଡେଲର ରୋମି ତ୍ରାଇତ ନାଲି ଗାଲିଚ ରେ ନିଜର ଝଲକ ଦେଖାଇଥିଲେ ।
ଆସନ୍ତୁ ଜାଣିବା କିଛି ଅକୁହା କଥା
ଏହାକୁ କାନ ଫିଲ୍ଲ ଫେସଟିଭାଲ କହିଥାନ୍ତି । ଏହାର ସ୍ପେଲିଙ୍ଗ କିଛି ଲୋକ କ୍ୟାନ୍ସ କହିଥାନ୍ତି ଆଉ କିଛି ଲୋକ ଉଚ୍ଚାରଣ କରିଥାନ୍ତି କାନ । କିନ୍ତୁ ଏହାର ସଠିକ ନାମ ହେଉଛି ଫ୍ରାନ୍ସ ୱାର୍ଡ ରେ ଏହାକୁ ଦୁଇଭାଗ ରେ ଉଚ୍ଚାରଣ କରାଯାଏ ଫ୍ରେନଚ ଭାଷା ରେ କେତକ ଯାଗାରେ ଶେଷ ଅକ୍ଷର ସାଇଲେନ୍ସ ରେ ରହିଥାଏ ଯେମିତି କି କ୍ୟାନ୍ସ ।
କେବେ ଆରମ୍ଭ ହେଲା
୧୯୩୨ମସିହା କଥା ଇଟାଲି ରେ ବିଶ୍ୱ ର ପ୍ରଥମ ଫିଲ୍ଲ ଫେସଟିଭାଲ ଆରମ୍ଭ ହେଲା ଏହାର ନାଁ ଥିଲା ଭେନିସ ଇଣ୍ଟରନ୍ୟାସଲାନ ଫିଲ୍ଲ, ଫେସଟିଭାଲ । ସେ ସମୟରେ ଇଟାଲି .ରେ ମୁସଲିନ ଶାସନ କରୁଥିଲେ ସେ ହିଟଲର ଙ୍କ ଘନିଷ୍ଠ ବନ୍ଧୁ ଥିଲେ । ତାଙ୍କରି ଅନୁସାରେ ଏହି ଫିଲ୍ଲ ମହୋତ୍ସବ ଚାଲୁଥିଲା । ସେ ନିଜ ମନ ଇଚ୍ଚା ରେ ଯେଉଁ ଚଳଚିତ୍ର କୁ ବାଚ୍ଚୁଥିଲେ ସେହି ଚଳଚ୍ଚିତ୍ର କୁ ପୁରସ୍କାର ମିଳୁଥିାଲା ତାଙ୍କ ମର୍ଜି ରେ ସବୁକିଛି ଚାଲୁôଥିଲା । ଏହାକୁ ଦେଖି ଫ୍ରାନ୍ସ ଗୋଟିଏ ବିକଳ୍ପ ଭାବେ ଫିଲ୍ଲ ଫେସିଟିଭାଲ ଆରମ୍ଭ କଲା । ଜୁ୍ନ ୧୯୩୯ ରେ ଫ୍ରାନ୍ସ ର ରାଜଧାନୀ ର ପ୍ୟାରିସ ରେ ଏହି ଫିଲ୍ଲ ଫେସଟିଭାଲ ବାବଦରେ ଘୋଷଣା ହେଲା । କିନ୍ତୁ ୧ ସେପ୍ଟେମ୍ଭର ୧୯୩୯ ରେ ଚାଲୁ ହେବାର ଥିଲା ଫିଲ୍ଲ ଗୁଡିକୁ ବି ବଚ୍ଚା ଯାଇଥିଲା ଦୁନିଆକୁ ସବୁ ଫିଲ୍ଲ ମେକର ମାନେ ଫ୍ରାନ୍ସ ଆସିଯାଇଥିଲେ । କିନ୍ତୁ ସେ ସମୟରେ ହିଟଲର ପୋଲାଣ୍ଡ ଉପରେ ଆକ୍ରମଣ କରିଦେଇଥିଲେ ଯେଉଁଥି ପାଇଁ ଏହି ଫାସିଟିଭାଲ ଉପରେ ଅଧାରେ ରହିଗଲା ଯେହେତୁ ୨ୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏହା ୬ ବର୍ଷ ଧରି ଚାଲିଥିଲା । ଏବଂ ଯେତେବେଳେ ବିଶ୍ୱଯୁଦ୍ଧ ସରିଲା ଫ୍ରାନ୍ସ ର ସରକାର ଫିଲ୍ଲ ଫେସଟିଭାଲ ଚାଲୁ କରିବା ପାଇଁ ସବୁଜ ସଙ୍କେତ ପ୍ରଦାନ କଲେ ଏବଂ ଶେଷରେ ୨୦ ସେପ୍ଟେମ୍ଭର ୧୯୪୬ ରେ ପ୍ରଥମ କାନ ଫିଲ୍ଲ ଫେସଟିଭାଲ ଆରମ୍ଭ ହେଲା । ଏଥିରେ ପ୍ରଥମେ ୨୧ ଟି ଦେଶ ରପ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଯେତେ ସୁନ୍ଦର ଦେଖାଯାଉଛି କାନ ଫିଲ୍ଲ ଫେସିଟିଭାଲ ଏହାର ଇତିହାସ ଅନ୍ଧାର ଭରା ଥିଲା ।
ଏହି ଫେସିଟିଭାଲ ରେ କଣ ହୁଏ?
୧୯୪୬ ରେ ଆରମ୍ଭ ହୋଇଥିବା ଏହି ଫିଲ୍ଲ ମହୋତ୍ସବ ରେ ଦୁନିଆର ଅଲଗା ଅଲଗା ଦେଶର ଭାଷା ର ଫିଲ୍ଲ ଏବଂ ଡକ୍ୟୁମେଣ୍ଟାରୀ ଲ ଫିଲ୍ଲକୁ ଆମନ୍ତ୍ରଣ କରାଯାଇଥା । ଏବଂ ଦେଖାଯାଏ ଯେ ଏହି ମେଳା ରେ ଅନେକ ସାଂସ୍କୁୃତିକ କାର୍ଯ୍ୟକ୍ରମ ଚାଲୁଥାଏ । ବିଶ୍ୱ ର ବଚ୍ଛାବଚ୍ଛା ଫିିଲ୍ଲି ମିଡିଆ ମାନେ ଆସୁଥାନ୍ତି । ଏହା ସହିତ ଫିଲ୍ଲମେକର ମାନଙ୍କ ଇଣ୍ଟରାକ୍ସନ ହୋଇଥାଏ ଏବଂ କାନ ରେ ଅଲଗା ଅଲଗା ଜ୍ୟୁରୀ ମାନେ ବେଷ୍ଟ ଫିଲ୍ଲ କୁ ମଧ୍ୟ ପୁରସ୍କୃତ କରିଥାନ୍ତି ।
ଏହା କଣ ବିଶ୍ୱ ର ସବୁଠାରୁ ବଡ ଫିଲ୍ଲ ଫେସଟିଭାଲ?
ଯଦି ଆମେ ନଜର ପକାଇବା ୩ ଟି ଫିଲ୍ଲ ଫେସଟିଭାଲ ୟୁରୋପରେ ହିଁ ହୋଇଥାଏ । ପ୍ରଥମେ କାନ,ଦ୍ୱିତିୟରେ ଭାନିସ, ତୃତାୟରେ ବରଲିନ ଫିଲ୍ଲ ଫେସଟିଭାଲ । ଯଦି ଆମେ ସବୁଠାରୁ ବଡ ଓ ଫେମୋସ ବାଚ୍ଚିବାର କୈ÷ାଣସି ମାପକାଠି ବା ତରିକା ନାହଁ । ଦୁନିଆରେ ୩୦୦୦ ରୁ ଅଧିକ ଫିଲ୍ଲଫେସିଟିଭାଲ ହୋଇଥାଏ । କିନ୍ତୁ କାନ ରେ ହୋଉଥିବା ଫିଲ୍ଲ ଫେସଟିଭାଲ ଦୁନିଆର ସବୁଠୁ ବଡ ଓ ପ୍ରତିଷ୍ଟିତ ଫିଲ୍ଲ ଫେସଟିଭାଲ । ଇଣ୍ଡିପେନଡେଣ୍ଟ ଫିଲ୍ଲ ଫେସଟିଭାଲ ଭିତରେ ସନ ଡେନ୍ସ ସବୁଠାରୁୁ ବଡ ଫିଲ୍ଲ ଫେସଟିଭାଲ ଏହା ପରେ ଟଣୋଣ୍ଟୋ ଫିଲ୍ଲଫାସିଟିଭାଲ ସବୁଠାରୁ ପ୍ରଭାବ ଶାଳୀ ଭାବେ ରହିଛି ।
କାନ ଫିଲ୍ଲ ଫେସଟିଭାସ କେବେ ଆରମ୍ଭ ହୁôଏ କେତେ ଦିନଧରି ଚାଲେ?
ଏହାର ନାଁ ଫ୍ରାନ୍ସ ର ଦକ୍ଷିଣପୂର୍ବ ରେ ଥିବା ପ୍ରସିିଦ୍ଧ ସହର କାନଓ ଅନୁସାରେ ଏହାର ନାଁ ରଖାଯାଇଛି । ଦକ୍ଷିଣ ଫ୍ରାନ୍ସ ର ଛୋଟ ସହରରେ ଏହି ଫିଲ୍ଲ ମହାକୁମ୍ଭ ଆରମ୍ଭ ହୋଇଥାଏ । ମେ ମାସ ରେ ଆରମ୍ଭ ହୁଏ ଓ ୧୨ ଦିନ ଧରିଚାଲି ଥାଏ ।
ବଲିଉଡ ଅଭିନେତ୍ରୀ ମାନେ କାହିଁକି ଯାଆନ୍ତି ଓ କଣ କରନ୍ତି ?
ଏମାନେ ଫିଲ୍ଲ ପ୍ରୋମସନ ପାଇଁ ଯାଆନ୍ତି ନାହିଁ । ଇଣ୍ଟରନ୍ୟାସନାଲ କସମେଟିକ ବ୍ରାଣ୍ଡ ଲୋରିଆଲ ପ୍ୟାରିସ ଯେତେବେଳେ ଏହାର ବ୍ୟୁଟିପାଟନର ବନିଛି ସେଥିପାଇଁ ସେମାନେ ବ୍ରାଣ୍ଡ ର ପ୍ରୋମସନ କରିବା ପାଇଁ ଯାଆନ୍ତି । ଆମେ ଜାଣିଛୁ ଯେ ଏøଶ୍ୱର୍ଯ୍ୟାରାୟ ବଚ୍ଚନ, ସୋନମ କପୁର ,ଏହାର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଏହା ପୂର୍ବରୁ କ୍ୟାଟିରିନା , ସୋନମ, ଏହାର ବ୍ରାଣ୍ଡ ଆମ୍ବସଡର ଥିଲେ । କାନ ଫିଲ୍ଲ ଫେସିଟିଭାଲ ର ରେଡ କାରପେଟ ସହିତ ଏମାନଙ୍କର କୌାଣସି ଲେନାଦେନା ନାହିଁ ।
ଇଣ୍ଡିଆର କାନ ଫିଲ୍ଲ ଫାସଟିଭାଲ ର କଣ ରହିଛି ସର୍ମ୍ପକ
ଏହି ସବୁ ଅଭିନେତ୍ରୀ ଛଡା କାନ ରେ ଭାରତର ମଧ୍ୟ ବହୁ ନିବିଡ ସର୍ମ୍ପକ ଅଛି ୧୯୪୬ ରେ ହୋଇଥିବା ଫିଲ୍ଲ ଫେସଟିଭାଲ ରେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବେ ଚେତନ ଆନନ୍ତ ଙ୍କ ଫିଲ୍ଲ ନିଚାନଗର ଏହି ଫିଲ୍ସ ପ୍ରତିଷ୍ଟିତ ଗ୍ରାହାମ ପ୍ରି ପୁରସ୍କାର ଜିତିଥିଲା । ଯ।।ହାର ଅନ୍ୟ ନାମ ପାମଦୋର । ଏହି ଚଳଚ୍ଚିତ୍ର କୁ ଛାଡିଦେଲେ ଏ ପର୍ଯ୍ୟନ୍ତ କୋ÷÷ଣସି ଭାରତୀୟ ଫିଲ୍ଲ ଏହି ପୁରସ୍କାର ଜିତିନାହିଁ । ଏଥର କାନ ରେ ମଧ୍ୟ ଭାରତୀୟ ଫିଲ୍ଲ ପ୍ରଦର୍ଶିତ ହେବ ସେଗୁଡିକ ହେଲା ଅନୁରାଗ କାଶ୍ୟପର ରକମଣ ରାଘବ , କନୁପବେହେଲିଙ୍କ ତିତଲି , ରିତେଶ ବାର୍ତ୍ତା ଙ୍କ ଲଞ୍ଚ ବକ୍ସ , ଅଗଲି ,ମିସ ଲଭଲି ,ମୀରା ନାୟର ଙ୍କ ସଲାମ ବମ୍ବେ, ସତ୍ୟଜିତ ରାୟଙ୍କ ପାଥେର ପାନଞ୍ଚେଲି, ପ୍ରକାଶ ଓରୋରା ଙ୍କ ବୁଟ ପଲିସ , ଏହି ସବୁ ଭାରତୀୟ ଫିଲ୍ଲ କାନରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ।
କେଉଁ କେଉଁ କାଟାଗୋରୀ ରେ ଆୱାଡ ମିଳେ କେତେ ଆୱାଡ ଦିଆଯାଏ?
କାନରେ ଅନେକ ଆୱାଡ ଦିଆଯାଏ । ପ୍ରଥମେ ଆୱାଡ ଗୁଡିକୁ ୪ ଟି କଟେଗୋରୀ ହୋଇଥାଏ । ଡାଇରେକଟୋର ଏକ ବୋର୍ଡ ଗଠନ କରାଯାଇଥାଏ ଯେଉଁଟାକି ଜ୍ୟୁରୀ ମାନେ ଫାଇନାଲ କରିଥାନ୍ତି ।
୧-ଫିଚର ଫିଲ୍ଲ
୨-ଅନସରତ ରଗା(ଏକ ଫ୍ରେନଚ ଶଦ୍ଧ)
୩- ସ୍ୱର୍ଣ୍ଣ କ୍ୟାମେରା(କ୍ୟାମାହା ଜୋର ) (ଏକ ଫ୍ରେନଚ ଶଦ୍ଧ)
୪-ସିନେ ଫାଉଣ୍ଡେସନ (ଏକୋ ମେତ୍ରାସ)
ଏହି ଚାରୋଟି ଭାଗରେ ପୁରସ୍କାର ଦିଆଯାଏ । ଯଦି ଆମେ ପୁରସ୍କାର ବାବଦରେ ଆଲୋଚନା କରିବା ପ୍ରଥମ ହେଲା ପାମଦୋର , ଗ୍ରାମ ପି , କିଛି ଚଳଚ୍ଚିତ୍ର ଏମିତି ଶ୍ରେଣୀ ରେ ଥାନ୍ତି କେବଳ ପ୍ରଦର୍ଶିତ ହେବା ପାଇଁ । ପାମଦୋର ସବୁଠାରୁ ବଡ ପୁରସ୍କାର ଏହା ପୂର୍ବ ରୁ ଗ୍ରାହାମ ପ୍ରି ଥିଲା ଏବେ ଏହା ଦ୍ୱିତୀୟ ହୋଇଯାଇଛି । ଏହା ପରେ ଜୁରୀ ପ୍ରାଇଜ ଅଛି ବେଷ୍ଟ ଅଭିନେତ୍ରୀ ,ବେଷ୍ଟ ନିର୍ଦ୍ଧେଶକ ଏବଂ ଏହା ସହିତ ସ୍କ୍ରିନ ପ୍ଲେ ଆୱାଡ ମଧ୍ୟ ଦିଆଯାଏ । ପାମଦୋର , ଗ୍ରାହାମ ପ୍ରି ଶ୍ରେଷ୍ଠ ଚଳଚିତ୍ର ପାଇଁ ଦିଆଯାଏ ।
ନେଟଫିଲ୍କିସ ଓ କାନ ମାଧ୍ୟରେ ବିବାଦ
କାନ ରେ ଏହାର ମୂଲ୍ୟ ଉପରେ ଆଧାରିତ ହୋଇଥାଏ । ପାରମ୍ପାରିକ ଭାବେ ଆମେ ସିନେମା ଘରେ ସିନେମା ଦେଖିବାର ମଜ୍ଜା ନେଇଥାଉ । ସେମାନେ ପ୍ରୋମଟ କରିଥାନ୍ତି ଯେ ଆପଣ ମାନେ ଯାଆନ୍ତୁ ଏବଂ ଭରପୁର ମଜ୍ଜା ଉଠାନ୍ତୁ । ଯେତେବେଳେ ନେଟପ୍ଲିକ୍ସ ଓ ଆମାଜନର ସେବା ଆସିଲା ସେତେବେଳେ ଏହି ପ୍ରଥାରେ ବିବାଦ ଦେଖାଗଲା । ଏହାର ଅର୍ଥ ଆପଣ ହଲ କୁ ନଯାଇ ଘରେ ବସି ଦେଖିପାରିବେ ଏବଂ ଫାଷ୍ଟ ଡେ ଫାଷ୍ଟ ସୋ ମଧ୍ୟ ଯେହେତୁ ସେମାନେ ଅନଲାଇନ ଫିଲ୍ଲ ରିଲିଜ କରିଥାନ୍ତି । ୨୦୧୭ ରେ ନେଟ ଫିଲକ୍ସ ୨ଟି ଚଳଚ୍ଚିତ୍ର ବନାଇ ଥିଲା ଗୋଟିଏ ହେଲା ଓକାଜା ଓ ଦ ମେରୋଭିଲ ଷ୍ଟୋରୀ କୁ କାନ ଫିଲ୍ଲ ଫେସଟିଭାଲ ର ସର୍ବୋଚ୍ଚ ପୁରସ୍କାର ପାଇଁ ମନୋନିତ କରାଯାଇଥିଲା । ଯେହେତୁ ଏହି ଚଳଚ୍ଚିତ୍ର ଗୁଡିକ ଅନଲାଇନ ରେ ରିଲିଜ କରାଯାଇଥିଲା ଏବଂ ପରେ ଆମେରିକାର କିଛି ଫିଲ୍ଲ ହଲରେ ରିଲିଜ କରାଯାଇଥିଲା । କିନ୍ତୁ ଫ୍ରାନ୍ସ ରେ କୌାଣସି ବି ସିନେମା ହଲ ରେ ରିଲିଜ ହୋଇନଥିଲା । ତେବେ ଏହି ଚଳଚ୍ଚିତ୍ର କୁ କାହିଁକି କାନ ଫିଲ୍ଲ ଫେସଟିଭାଲ ରେ ଏଣ୍ଟ୍ରି କରାଗଲା ବୋଲି ଫ୍ରାନ୍ସ ର ସିନେ ମାଲିକ ମାନେ ବିରୋଧ କରିଥିଲେ । ଫ୍ରାନ୍ସ ରେ ଗୋଟିଏ ପ୍ରଥା ଅଛି ଗୋଟିଏ ସିନେମା ରିଲିଜ ହେବାର ୩୬ ମାସ ପୂର୍ବ ରୁ କୋ÷÷ଣସି ବି ଚଳଚ୍ଚିତ୍ର ଅନଲାଇନ ରେ ସେବା ଯୋଗାଇ ଦେବ ନାହଁ । ଏହାର ଅର୍ଥ ସିନେମା ହଲ କୁ ଯାଇ ଫିଲ୍ଲ ଦେଖିପାରିବେ । କିନ୍ତୁ ଯଦି କାହାର ଚଳଚ୍ଚିତ୍ର ଏଠି ପ୍ରଦର୍ଶିତ କରିବାର ଅଛି ସେ ଫ୍ରାନ୍ସ ର ସିନେମା ହଲ ରେ ପ୍ରଦର୍ଶିତ କରିବାକୁ ବାଧ୍ୟ ।
ଚର୍ଚ୍ଚାରେ ଭାରତୀୟ ଅଭିନେତ୍ରୀ ହିନା
କାନ ଫିଲ୍ଲ ଫେସଟିଭାଲ ରେ ରେଡ କାର୍ପେଟ ରେ ନିଜର ଜଲୱା ଦେଖାଇଛନ୍ତି ଭାରତୀୟ ଅଭିନେତ୍ରୀ ହିନାଖାନ । ତାଙ୍କର ପ୍ରଥମ ଫିଲ୍ଲ ଲାଇନଓ ର ପୋଷ୍ଟର ରିଲିଜ ହୋଇଛି । ତାଙ୍କର ମନ ଏବେ ଗଗନ ପବନ ରେ ଉଡୁଛି । ସିରିୟଲ ୟେ ରିସତା କ୍ୟା କେହେଲାତା ହେ ରୁ ନିଜଡର କ୍ୟାରିୟରବଲ ଆରମ୍ବ କରିଥିବା ହିନା ଏବେ କାନ ରେ ।