କାହିଁକି ବିବାହ କରି ନାହାଁନ୍ତି ତବୁ
ବଲିଉଡ୍ ନାୟିକା ତବୁ ୪୮ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କର ପୁରା ନାଁ ହେଉଛି ତବସୁମ ଫାତିମା ହାସମି । ପ୍ରଥମେ ୧୯୮୦ରେ ଫିଲ୍ମ “ପେହେଲା ପେହେଲା ପ୍ୟାର’ରୁ ସେ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ଏହା ବକ୍ସ ଅଫିସରେ ହିଟ୍ ହୋଇ ନ ଥିଲା । ଏହାପରେ ଅଜୟ ଦେବଗନଙ୍କ ସହ ସେ ନଜର ଆସିଲେ “ବିଜୟପଥ’ରେ । ଏଥିରେ ସେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ । ଏହାପରେ “ମ୍ୟାଚିସ’, “ବିରାସତ’, “ଚାନ୍ଦନି ବାର’ ଭଳି ଫିଲ୍ମରେ ସେ ତାଙ୍କର ଦମ୍ଦାର୍ ଅଭିନୟରେ ଦର୍ଶକଙ୍କ ନିକଟତର ହୋଇ ପାରିଲେ । ଅଭିନୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ସେ ଫିଲ୍ମ ଫେୟାର ଆୱାର୍ଡ ଠାରୁ ନ୍ୟାଶନାଲ ଆୱାର୍ଡ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ବଲିଉଡରେ ତାଙ୍କର ୩୯ ବର୍ଷ କ୍ୟାରିୟର ହୋଇ ସାରିଲାଣି । କେବଳ ବଲିଉଡ୍ ନୁହେଁ ତବୁ ତେଲଗୁ, ତାମିଲ, ମରାଠି ଓ ବଙ୍ଗଲା ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ହେଲେ ଏପର୍ୟ୍ୟନ୍ତ ସେ ବିବାହ କରି ନାହାଁନ୍ତି । ଅତୀତରେ ତବୁଙ୍କ ନାଁ ସହ ତେକେଜଣ ନାୟକଙ୍କ ନାଁକୁ ଯୋଡା ଯାଇଥିଲେ ବି ସେ ଏପର୍ୟ୍ୟନ୍ତ କାହିଁକି ବିବାହ କରି ନାହାଁନ୍ତି ତାହା ସ୍ପଷ୍ଟ ହୋଇନାହିଁ ।