କାହିଁକି ୮ଟି ହାର୍ଡ ଡିସ୍କ ନଷ୍ଟ କଲେ ରିୟା ?
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ସୁଶାନ୍ତ ସିଂ ରାଜପୁତ ଙ୍କର ଆତ୍ମହତ୍ୟା ମାମଲା ସୁଧୁରିବ ପରିବର୍ତ୍ତେ ଦିନକୁ ଦିନ ବିଗିଡି ବାରେ ଲାଗିଛି | ସୁଶାନ୍ତ ସିଂ ରାଜପୁତ ଙ୍କର ଆତ୍ମହତ୍ୟା ମାମଲା ସିବି ଆଇ ନିଜ ହାତକୁ ନେଲା ପରେ ଧୀରେ ଧୀରେ କିଛି କଥା ସାମ୍ନାକୁ ଆସୁଛି | ସିବି ଆଇ ନଜରରେ ଥିବା ରିୟା ଚକ୍ରବର୍ତୀ ବିଷୟରେ ଧୀରେ ଧୀରେ ଗୁମର ଫିଟିବାରେ ଲାଗିଛି | ସୁଶାନ୍ତ ସିଂ ରାଜପୁତ ଙ୍କ ବନ୍ଧୁ ପିଥାନି ଙ୍କ କହିବାନୁସାରେ ଜୁନ ୮ ତାରିଖରେ ରିୟା ଚକ୍ରବର୍ତୀ ଆଇଟି ପ୍ରଫେସନାଲଙ୍କୁ ଡାକିଥିଲେ ଏବଂ ୮ ଟି ହାର୍ଡ ଡିସ୍କ ନଷ୍ଟ କରିଥିଲେ ,ଏହା ପରେ ରିୟା ତାଙ୍କ ଭାଇଙ୍କ ସହ ସୁଶାନ୍ତ ଙ୍କ ଘରୁ ଚାଲିଯାଇଥିଲେ | ସେହି ଦିନ ରିୟା ମହେଶ ଭଟ ଙ୍କ ଘରେ ରହିଥିଲେ |