କାହ୍ନାଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

ଖଲ୍ଲିକୋଟ,(ୱାଇ ଏନ ଏସ):ଖଲ୍ଲିକୋଟ ହ।ୟର ସେକେଣ୍ଡାରୀ ସ୍କୁଲ ପ୍ରିନ୍ସିପଲ୍ଙ୍କଙ୍କ ଅଫିସ ପ୍ରକୋଷ୍ଠରେ କାହ୍ନାଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମେ ଅଧ୍ୟକ୍ଷ ଡ଼. ରାଧାକାନ୍ତ ନାୟକ ମହୋଦୟଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ସତ୍ୟଜିତ ମିଶ୍ର ଓ ଦେବାଶିଷ ମହାନ୍ତି, କଳା ଛାତ୍ର ସତ୍ୟଜିତ ପଣ୍ଡା ଓ ଦିବ୍ୟପ୍ରସାଦ ସାହୁ, ବାଣିଜ୍ୟ ଛାତ୍ରୀ ନିହାରିକା ସାବତ ଓ ସୌମ୍ୟରଞ୍ଜନ ଦାସ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖି କଲେଜ ପାଇଁ ଗୌରବ ଅର୍ଜନ କରିଥିବାରୁ , ଟ୍ରଷ୍ଟ ପକ୍ଷରୁ ସେହି ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯୟକ୍ରମରେ ରବୀନ୍ଦ୍ର ନାଥ ମିଶ୍ର, ବିଜୟ କୃଷ୍ଣ ମହାନ୍ତି, ସୋନମ୍ ଦାସ, ତରୁଣ ପାଢ଼ୀ, ମୁରଲିମୋହନ ଆଚାର୍ଯ୍ୟ, ରିତାଞ୍ଜଳି ସ୍ବାଇଁ, ଅଶୋକ ଜେନା, ସତ୍ୟନାରାୟଣ ଦାସ ପ୍ରମୁଖ ଯୋଗଦେଇ ଛାତ୍ର, ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ବିଭିନ୍ନ ପ୍ରକାର ସଚେତନତା ଓ ପ୍ରେରଣା ଦେଇଥିଲେ। ଏହି ମହାନ୍ କାର୍ଯ୍ୟକ୍ରମରେ ବହୁ ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ସାମ୍ବାଦିକ ବନ୍ଧୁମାନେ ଯୋଗଦାନ କରି କାହ୍ନ। ଚାରିଟେବୁଲ ଟ୍ରଷ୍ଟର ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳତାରେ କଲେଜ ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପଟ୍ଟନାୟକ ଓ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀମତୀ ଦିପାଞ୍ଜଳୀ ମିଶ୍ରଙ୍କ ଉଦ୍ୟମ ପ୍ରଶସନୀୟ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ