କାହ୍ନାର ପତ୍ତା ମିଳୁନି

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଭାଲୁବସା ଗ୍ରାମର ନାଗଭଣ ଗାଁର ଜନୈକ ଯୁବକ ଗୁରୁବାର ଦିନ ରାତି ୯.୩୦ ଠାରୁ ନିଖୋଜ ହୋଇଥିବା ଟାଉନଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ନାଗଭଣ ଗାଁର ବିଶିଷ୍ଟ ଶୈବ ପୂଜକ ରବିନାରାୟଣ ମିଶ୍ରଙ୍କ ପୁଅ ଲିପୁନ ମିଶ୍ର (୨୫) (କାହ୍ନା) ଗତକାଲି ଗୁରୁବାର ଦିନ ସକାଳେ ଘରେ ଥିବାବେଳେ ସେହି ଗାଁର ଶୋଭନ ସିଂ ତାଙ୍କୁ ଘରୁ ଡାକି ନେଇଥିଲେ । କହିଥିଲା ୧୫ ମିନିଟ ଭିତରେ ପଳାଇ ଆସିବା ।କାହ୍ନାର ଯିବାର ଇଛା ନ ଥିଲା ।ହେଲେ ବାଧ୍ୟବାଧକତାରେ ଯାଇଥିଲା ।ଶୋଭନ ଏବଂ କାହ୍ନା ଦୁଇ ଜଣ ବୁଲେଟରେ ଯଶିପୁର ପର‌୍ୟ୍ୟନ୍ତ ଯାଇଥିଲେ । ଯଶିପୁର ଠାରୁ ସେମାନେ ନାଗଭଣ ଗାଁର ଆଉ ଜଣେ ସାଙ୍ଗ ସିପୁନ ମହାନ୍ତ କୁ ଡାକିଥିଲେ ।ସୀପୁନ ବସରେ ଯଶିପୁର ଯାଇଥିଲା ।ପରେ ସେମାନଙ୍କ କହିବା ଅନୁଯାୟୀ ଭୀମକୁଣ୍ଡ ଯାଇଥିଲେ । କିନ୍ତୁ ରାସ୍ତାରେ ତାଟୋ ପାଖରୁ ସେମାନଙ୍କର ଫୋନ ସୁଇଚ ଅଫ୍ ହୋଇଯାଇଥିଲା ।ଘର ଲୋକେ ଯେତେ ଫୋନ କଲେବି ଆଉ ସେମାନଙ୍କ ସହଫୋନରେ ସଂପର୍କ ହୋଇ ପାରି ନଥିଲା ।ଘର ଲୋକେ ଚିନ୍ତାରେ ଥିଲେ । ରାତି ୯,୩୦ ପାଖାପାଖି ସମୟରେ ସୋଭନ ଏବଂ ସିପୁନ ଦୁଇଜଣ ବୁଲେଟ ମଟର ସାଇକେଲରେ ଫେରିଥିଲେ ।ବୁଲେଟ ଶବ୍ଦ ଶୁଣି ଘର ଲୋକେ ଶୋଭନକୁ କାହ୍ନା କୁଆଡେ ଗଲା ବୋଲିପଚାରିଲେ। ।ସେହି ଦୁଇଜଣ କହିଲେ ଗାଁ ପାଖ ଚଟାଣୀରେ ଓହ୍ଲାଇ ଦେଇଛୁ ।ସେତ ଘରକୁ ଯାଇଥିବା ।ପରେ ଗାଁ ଲୋକ ଚିନ୍ତାରେ ପଡ଼ି ଗଲେ ।ରାତିସାରା ଖୋଜାଖୋଜି କଲେ ଏବଂ ଥାନାରେ ଅଭିଯୋଗ କଲେ ।ହେଲେ କିଛି ଫଳ ମିଳିଲା ନାହିଁ ।ଇତି ମଧ୍ୟରେ ୩୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ କାହ୍ନାର କୈାଣସି ସୁରାକ ମିଳିପାରିନାହିଁ । ପୋଲିସ ଶୋଭନ ଏବଂ ସିପୁନ କୁ ଅଟକ ରଖି ପଚରାଉଚରା କରୁଛି ।କାହ୍ନାର ମା ସାନ ପୁଅ ଲିପୁନକୁ ନ ପାଇ ଚିନ୍ତାରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ