କାହ୍ନୁ ଚରଣ ବିଦ୍ୟା ମନ୍ଦିରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ସିଲନ୍ଦିସ୍ଥିତ କାହ୍ନୁ ଚରଣ ବିଦ୍ୟା ମନ୍ଦିରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ରାମ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ବିକାଶ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ସିଆରସିସି ସୁଧିର କୁମାର ବାରିକ, ପୂର୍ବତନ ସଂପାଦକ ସୂର୍ଯ୍ୟମଣି ପୃଷ୍ଟି, ନାରାୟଣ ଚନ୍ଦ୍ର ଦାସ, ସୁବାଷ ଚନ୍ଦ୍ର ରାଉତ, ସୌଭାଗ୍ୟ କୁମାର ଦାଶ, ନାରାୟଣ ଚନ୍ଦ୍ର ପଣ୍ଡା, ଉମେଶ ପ୍ରସାଦ କର, ପଦ୍ମନାଭ ଜେନା, ହରମୋହନ କର, ଗଙ୍ଗାଧର ପାତ୍ର ଯୋଗ ଦେଇଥିଲେ ।


