କାହ୍ନେଶ୍ୱର ମନ୍ଦିର କମିଟ ପକ୍ଷରୁ କରୋନା ସଚେତନତା
ହାଟଡ଼ିହି : କାନପୁର ସ୍ଥିତ କାହ୍ନେଶ୍ୱର ଶିବମନ୍ଦିର କମିଟି ତରଫରୁ କରେନା ଭାଇରସକୁ େରୋକିବାପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକମାନଙ୍କୁ କିପରି କରୋନା ଦାଉରୁ ରକ୍ଷା ପାଇପାରିବେ ଓ ଅନ୍ୟମାନଙ୍କୁ କିପରି ସଚେତନ କରିବେ ତାହା ଉପରେ ଲୋକମାନଙ୍କୁ ସଚେତନ କରାଇବା ସହିତ ନିୟମିତ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ମନ୍ଦିର କମିଟି ପକ୍ଷରୁ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିବାବେଳେ ଯେଉଁମାନେ ମାସ୍କ ବ୍ୟବହାର କରିଥିଲେ ସେମାନଙ୍କୁ ଗୋଲାପଫୁଲ ଦିଆଯାଇ ସମ୍ବର୍ଦ୍ଧିତ କରାଯାଉଥିଲା । ସମସ୍ତଙ୍କୁ ସଚେତନତା ପାଇଁ ଲିଫଲେଟ ବଣ୍ଟନ କରାଯାଇ ଏଥିରେ ଉଲେଖଥିବା ବିଷୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଉଥିଲା । ଏହି କାର୍ଯ୍ୟକମରେ ମନ୍ଦିର କମିଟିର ସଭାପତି ନୀଳମଣି ଧଳ, ସମ୍ପାଦକ ଶଶିଭୂଷଣ ଜେନା, ଶତୃଘ୍ନ ରାଉତ, ଅନ୍ତର୍ଯ୍ୟାମୀ ରାଉତ, ବସନ୍ତ ଧଳ, ବସନ୍ତ ମହାରଣା, ଉତ୍ତମ ବେହେରା, ଶତଅଘ୍ନ ମହାରଣା, ବିଜୁ ଧଳ, ବଳରାମ ରାଉତ, ଚୈତନ ମହାପାତ୍ର, କମଳାକାନ୍ତ ଧଳ, ଉପେନ୍ଦ୍ର ବେହେରା, ପୁର୍ଣ୍ଣଚନ୍ଦ୍ର ଜେନା, ଅଭିରାମ ରାଉତ, ବିଜୟ କୁମାର ଜେନା ପ୍ରମୁଖ ସାମିଲ ହୋଇଥିଲେ ।