କିଏ ଆସିଥିଲେ ମହିଳା ଜାଣି ନାହାନ୍ତି
ହାଟଡିହିି, (ବିକାଶ ବିଶ୍ୱାଳ):୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ହାଟଡିହି ଗ୍ରସ୍ଥବେଳେ ସଭା ସ୍ଥଳକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଅନେକ କେବଳ ହେଲିକପ୍ଟର ଦେକିବାକୁ ଆସିଥିବା କହିଥିବାବେଳେ ଆଉ କିଛି ମହିଳା କିଏ ଆସିଥିଲେ, କାହିଁକି ଆସିଥିଲେ ତାହା ଜାଣି ନାହାନ୍ତି ବୋଲି କହିଛନ୍ତି । ଏପରିକି କିଛି ମହିଳା ପାଣି ବିଭାଗର ମନ୍ତ୍ରୀ ଆସିଥିବା କହୁଥିବାବେଳେ ଆଉ କିଏ କିଏ ମୁଖ୍ୟମନ୍ତ୍ରୀ ଆସିଛନ୍ତି ବୋଲି କହିଛନ୍ତି । ଆମକୁ କହିଲେ ଗାଡିରେ ଯିବ, ଖାଇବ ପିଇବ ତେଣୁ ପଳାଇ ଆସିଲୁ ବୋଲି କିଛି ମହିଳା କହିଛନ୍ତି ।