କିଏ ପ୍ରଥମେ ହୋଲି ଖେଳି ଥିଲେ

ଉଦଳା,(ରାଜୀବ ବେହେରା): ରାତି ପାହିଲେ ରଙ୍ଗ ର ପର୍ବ ସମସ୍ତଙ୍କ ମନରେ ଆଣି ଦେଇଛି ଅନେକ ଖୁସି l ପୂରରୁ ପଲ୍ଲୀ ଚାରି ଆଡେ ଖେଳିବେ ରଙ୍ଗ ଖେଳ l ଅଭିର ରଙ୍ଗ ସହିତ ସଭିଙ୍କ ମନରେ ଏକ ପ୍ରକାର ଉତ୍ସାହ ଆଉ ଆନନ୍ଦ ଦେଖିବାକୁ ମିଳେ l ବିଶେଷ କରି ଗାଁ ଦାଣ୍ଡରେ ପୁରା ଧୂମଧାମର ସହିତ ଚାଲେ ରଙ୍ଗ ଖେଳ l ପରସ୍ପର ସହିତ ସ୍ନେହ ଖୁସି ବାଣ୍ଟିବାର ରଙ୍ଗ ର ପର୍ବ ଏକମଧ୍ୟମ ଅଟେ l ଗୀତ ସହିତ ନାଚ ଆଉ ତା ସହିତ ସାଙ୍ଗ ସାଥି ହୋଇ ନାଚି ଥାନ୍ତି ଆଉ ପରସ୍ପର କୁ ରଙ୍ଗର ପର୍ବରେ ରଙ୍ଗ ଦେଇ ସମ୍ପର୍କ କୁ ମଜବୁତ କରିଥାନ୍ତି l ଗାଁ ଗାଁ ଘର ଘର ବୁଲି ପରିବାର ଏବଂ ସମ୍ପର୍କୀୟ ଙ୍କୁ ରଙ୍ଗ ଦେଇ ଶୁଭେଚ୍ଛା ଜଣାଇ ଥାନ୍ତି l ସାରା ରାଜ୍ୟରେ ରଙ୍ଗ ର ପର୍ବ କୁ ଭିନ୍ନ ଢଙ୍ଗ ରେ ପାଳନ କରିଥାନ୍ତି l

ଓଡ଼ିଶାର ଜନଜୀବନ, ସମାଜ ଓ଼ ସଂସ୍କୃତି ଶୀର୍ଷରେ ଆଉ ମହାନ, ଧର୍ମ, ନୀତି ସଂସ୍କୃତି ର ବିଭେଦ ରହି ଥିଲେ ମଧ୍ୟ ଓଡିଶା ବାସି ବିଭିନ୍ନ ପର୍ବ ପର୍ବାଣୀ କୁ ଖୁସିରେ ପାଳନକରିଥାନ୍ତି l ସମସ୍ତଙ୍କ ଭିତରେ ଧର୍ମ ସଚେତନତା ଭରି ରହିଛି l ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହିଁ ପର୍ବ ପାଳନର ମୁଖ୍ୟ ଉଦେଶ୍ୟ l ପର୍ବ ପାଳନରେ ମନରେ ପ୍ରାଣରେ ଜାଗ୍ରତ ହୁଏ ଅପୂର୍ବ ଆନନ୍ଦ, ଭକ୍ତିଭାବ,କର୍ମମୟ ଜୀବନରେ ମିଳିଥାଏ ଅପୂର୍ବ ଆନନ୍ଦ l କେଵେ ଆମେ ଚିନ୍ତା କରିନାହୁଁ ହୋଲିର ଉତ୍ପତ୍ତି ଆଉ ଏହାର ଇତିହାସ, ହୋଲିର ଇତିହାସ କୁ ଆମେ ଜାଣିବାକୁ ଚାହିଁଲେ ହୋଲିର ଅନେକ ପୌରାଣିକ କିମ୍ବଦନ୍ତୀ ସାମ୍ନାକୁ ଆସିଥାଏ l କିଏ ପ୍ରଥମେ ରଙ୍ଗର ପର୍ବ ହୋଲି ଖେଳିଥିଲେ l ପୂର୍ବରୁ ଦେବଲୋକରେ ରଙ୍ଗ ର ପର୍ବ ହୋଲି ଖେଳା ଯାଉଥିଲା l ହୋଲି ଖେଳସହିତ ପୌରାଣିକ କାହାଣୀ ମଧ୍ୟରୁ ଶିବ ଶଙ୍କର ଏବଂ ବିଷ୍ଣୁ ଙ୍କ ସହିତ ଜଡିତ ରହିଛି l ବିଶ୍ୱର ପ୍ରଥମ ହୋଲି ଖେଳ ମହାଦେବ ଖେଳି ଥିଲେ l ଏହି କାହାଣୀରେ ପ୍ରେମର ଦେବତା କାମଦେବ ଏବଂ ତାଙ୍କ ପତ୍ନୀ ରତିଙ୍କ ସହିତ ଜଡିତ ରହିଛି l

ଯେତେବେବେ ଭଗବାନ ଶିବ କୈଳାସ ପର୍ବତ ରେ ଧ୍ୟାନ ରତଥିଲେ, ତାରାକାଶୁର କୁ ମରିବା ପାଇଁ, କାମଦେବ ଓ଼ ରତି ଶିବଙ୍କ ଧ୍ୟାନରୁ ଉଠାଇ ବା ପାଇଁ ନାଚି ଥିଲେ, ରତି ଏବଂ କାମଦେବ ନୃତ୍ୟ ରେ, ଶିବଙ୍କ ତପସ୍ୟା ଭଙ୍ଗ ହେବାରୁ ଶିବ ବିଚଳିତ କ୍ରଧିତ ହୋଇ କାମଦେବ ଅଗ୍ନି ରେ ଭସ୍ମକରି ଦେଇଥିଲେ l ଏହାଦେଖି ରତି ଦୁଃଖରେ କାନ୍ଦି ଥିଲେ, ଭଗବାନ ଶିବଶଙ୍କର, ସେ ଭୋଳା ନାଥ ମଧ୍ୟ, ରତିଙ୍କୁ ଦୟା କରି କାମଦେବଙ୍କୁ ପୁନର୍ଜୀବିତ କରାଇ ଥିଲେ l ଏହି ଖୁସିରେ ରତି ଏବଂ କାମଦେବ ବ୍ରଜ ମଣ୍ଡଳରେ ବ୍ରହ୍ମଭୋଜନ ର ଆୟୋଜନ କରିଥିଲେ ଏହିଥିରେ ଦେବୀ ଦେବତା ମାନେ ଅଂଶ ଗ୍ରହଣ କରିଥିଲେ, ଚନ୍ଦନ ତିଳକ ଲଗାଇ ଏହି ଆୟୋଜନ ପାଳନ କରିଥିଲେ l ତେବେ ଏହି ଦିନଟି ଫଲ୍ଗୁନ ପୁର୍ଣିମା ଥିଲା l ସେହି ଦିନଠାରୁ ହିଁ ହୋଲି ପାର୍ବପାଳିତ ହୋଇ ଆସୁଛି l

ତେବେ ହୋଲି ଖେଳର ଆଉ ଏକ ପୌରାଣିକ କାହାଣୀ ରହିଛି। ଅସୁର ରାଜା ହିରଣ୍ୟକଶ୍ୟପ ନିଜ ପୁଅ ପ୍ରହଲ୍ଲାଦଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚିଥିଲେ । କାରଣ ପ୍ରହଲ୍ଲାଦ ଥିଲେ ବିଷ୍ଣୁଙ୍କ ପରମ ଭକ୍ତ । ଆଉ ହିରଣ୍ୟକଶ୍ୟପ ଏଥିରେ ଖୁବ୍ ରାଗିଯାଇ ନଜ ଭଉଣୀ ହୋଲିକା ମାଧ୍ୟମରେ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ । ହୋଲିକାକୁ ବର ମିଳିଥିଲା ଯେ, ସେ ନିଆଁରେ ଜଳିବ ନାହିଁ । ହେଲେ ସେ ଯେତେବେଳେ ପ୍ରହଲ୍ଲାଦଙ୍କୁ ଧରି ନିଆ ଭିତରକୁ ଗଲେ, ପ୍ରହଲ୍ଲାଦ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ଆଉ ହୋଲିକା ନିଆଁ ପୋଡ଼ି ହୋଇ ପ୍ରାଣତ୍ୟାଗ କଲେ ଓ ପ୍ରହଲ୍ଲାଦ ବଞ୍ଚିଗଲେ । ଅନ୍ୟ ଏକ ପୌରାଣିକ ତତ୍ୱ ଅନୁସାରେ ରାଧା-କୃଷ୍ଣଙ୍କ ସାତ୍ୱିକ ପ୍ରେମର ପ୍ରମାଣ ହେଉଛି ହୋଲି ଖେଳ । ଆମେ ରଙ୍ଗ ଖେଳୁଛୁ ସତ କିନ୍ତୁ ଅନେକ କଥା ଆଉ ପ୍ରଥା ରହିଛି.,…

ସେହିଭଳି ରଙ୍ଗର ମହତ୍ତ୍ୱ ମଧ୍ୟରେ କି ବାର୍ତ୍ତା ରହିଛି ? ଲାଲ୍ ରଙ୍ଗ, ଗଭୀର ଭାବପ୍ରବଣତା ତଥା ଶ୍ରଦ୍ଧାକୁ ସୂଚାଏ । ଲାଲ୍ ମଧ୍ୟ ଶକ୍ତିର ପ୍ରତୀକ ।

ହୋଲିର ଉଦ୍ଦୀପନାକୁ ବିଚ୍ଛୁରିତ କରେ ଲାଲ୍ ରଙ୍ଗ। ଲାଲ୍ ରଙ୍ଗ ଗଭୀର ପ୍ରେମର ପ୍ରତୀକ ମଧ୍ୟ।

ନୀଳ ରଙ୍ଗ ଆସ୍ଥା ଏବଂ ଶାନ୍ତିର ପ୍ରତୀକ । ହୋଲି ଖେଳରେ ଏହି ରଙ୍ଗର ଫଗୁ ଶ୍ରୀକୃଷ୍ଣଙ୍କ ଶରୀରର ରଙ୍ଗକୁ ପ୍ରତିଫଳିତ କରିଥାଏ । ଏହି ରଙ୍ଗ ଆଣିଥାଏ ସ୍ଥିରତା ଏବଂ ଆସ୍ଥା । ନୀଳ ରଙ୍ଗ ମଧ୍ୟ ବିଶାଳତାର ପ୍ରତୀକ । ଏଣୁ ଜୀବନକୁ ପ୍ରଶ୍ରସ୍ତ ଚିତ୍ତରେ ଗ୍ରହଣ କରିବାକୁ ଆହ୍ୱାନ ଦିଏ । ହୋଲି ଖେଳରେ ହଳଦିଆ ରଙ୍ଗକୁ ବାଦ୍ ଦେବା ଉଚିତ ନୁହେଁ । ଏହି ରଙ୍ଗ ଖୁସି, ସ୍ୱାସ୍ଥ୍ୟ ଏବଂ ଆଶାର ପ୍ରତୀକ । ଜୀବନର ସକାରାତ୍ମକତାକୁ ଗ୍ରହଣ କରିବାକୁ ହଳଦିଆ ରଙ୍ଗ ପ୍ରେରଣା ଦିଏ । ସୂର୍ଯ୍ୟ ସଦୃଶ ହଳଦିଆ ରଙ୍ଗ ବିକାଶ ଏବଂ ସମ୍ପଦର ବାର୍ତ୍ତାବହ । ସବୁଜ ରଙ୍ଗର ଅବିର ପ୍ରକୃତି ସହିତ ସଂଯୁକ୍ତ ହୋଇ ରହିବାକୁ ପ୍ରେରିତ କରେ । ମନକୁ ଶାନ୍ତ କରିବାର ପ୍ରଭାବ ରହିଛି ସବୁଜ ରଙ୍ଗରେ ।

ଗୋଲାପୀ ରଙ୍ଗ ବିନା ହୋଲିର ରଙ୍ଗଖେଳ ସମ୍ପୂର୍ଣ୍ଣ ହୁଏନି । ଗୋଲାପୀ ବିଶ୍ୱଜନୀନ ପ୍ରେମ ତଥା ବନ୍ଧୁତା ଏବଂ ଯତ୍ନଶୀଳତାର ପ୍ରତୀକ । ଏହା ଆମକୁ ମାନବିକ ଚେତନାର ଆପଣାପଣକୁ ସୂଚାଏ । ନାରଙ୍ଗୀ ବା କମଳା ରଙ୍ଗକୁ ସର୍ବଦା ଆଧ୍ୟାତ୍ମିକତାର ରଙ୍ଗ ଭାବେ ଗ୍ରହଣ କରାଯାଏ । ନାରଙ୍ଗୀ ରଙ୍ଗର ଅବିରରେ ହୋଲି ଖେଳିବା ଅର୍ଥ ଇଚ୍ଛାଶକ୍ତିକୁ ବୃଦ୍ଧି କରିବା । ନାରଙ୍ଗୀ ରଙ୍ଗ ତ୍ୟାଗ ତଥା ବଳିଦାନର ରଙ୍ଗ । ଏହି ଶକ୍ତିଶାଳୀ ରଙ୍ଗ ସାହସିକ ହେବାର ପ୍ରେରଣା ମଧ୍ୟ ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ