କିଏ ହେବ ବିଜେପୁରର ପରବର୍ତ୍ତୀ ବିଧାୟକ

ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚା ରେ ରହିଆସିଛି ବରଗଡର ବିଜେପୁର ବିଧାନସଭା ଆସନ । ଆଉ ଏବେ ୯ ଦିନର ବିଧାୟକ ଥିବା ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ନିକଟରେ ସେ ବିଜେପୁର ବାସୀଙ୍କୁ ୧୩ଶହ କୋଟି ଟଙ୍କାର ଲୋକାଭିମୁଖୀ ପ୍ରକଳ୍ପ ମଞ୍ଜୁର କରିଥିଲେ ।ଆଉ ତାର ପରେ ପରେ ସେ ବିଜେପୁର ବିଧାନସଭା କ୍ଷେତ୍ରରୁ ଇସ୍ôଥଫା ଦେଇଛନ୍ତି । ଏନେଇ ସେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଅବଗତ କରାଇଛନ୍ତି ।ସେ ସେହି ଆଶା ଛାଡିବା ପରେ ପରେ ବିଜେଡିରେ ଜୋରଦାର ଚର୍ଚ୍ଚା ହେଉଛି କିଏ ଏହି ଆସନରୁ ଟିକେଟ ବିଜେଡି ଟିକେଟ ହାତେଇବ । ଚଳିତ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରଥମ ଥରପାଇଁ ଦୁଇଟି ଆସନ ବାଛିଥିଲେ ଗୋଟିଏ ଥିଲା ପାରମ୍ପରିକ ଆସନ ହିଞ୍ଚିଳି ଓ ପଶ୍ଚିମ ଓଡିଶାର ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦି୍ତା କରିଥିଲେ ।ବର୍ତ୍ତମାନ ସେ ଗୋଟିଏ ଆସନ ନିଜ ହାତରେ ରଖି ବିଜେପୁର ଛାଡିବା ପରେ କିଏ ଏହି ସ୍ଥାନରୁ ନେତା ଭାବେ ବିଧାନସଭାକୁ ନିର୍ବାଚିତକୁ ହେଉଛି ତାକୁ ଏବେ ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ