କିଓସ୍କ ବ୍ୟାଙ୍କରେ ଟଙ୍କା ହଡ଼ପ : ବ୍ୟାଙ୍କ୍ ସିଲ୍ କଲା ପୋଲିସ୍

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଏସବିଆଇର କିଓସ୍କୋ ବ୍ୟାଙ୍କରେ ପୋଲିସ୍ ପକ୍ଷରୁ ଚଢ଼ାଉ । ବେଆଇନ୍ ଟଙ୍କା କାରବାର ଅଭିଯୋଗରେ ତାଲା ଭାଙ୍ଗି କମ୍ପୁଟର ସିଜ୍ କଲା କୋଟଗଡ଼ ପୋଲିସ | ସୂଚନା ପ୍ରକାରେ ଗତ ୧୨ତାରିଖରେ ପୃଥକ ପୃଥକ ଗ୍ରାମର ଦୁଇଜଣ ଲୋକ ମାର୍କଣ୍ଡ ନାୟକ ଓ ବିଜୟ ମଣ୍ଡଳମାଝୀ କୋଟଗଡ ଏସବିଆଇର ପଞ୍ଜିକୃତ କିଓସ୍କ ବ୍ୟାଙ୍କରେ ଟଙ୍କା ଉଠାଣ ବେଳେ ଟଙ୍କା ଜମା ଖାତାରୁ ଚଞ୍ଚକତା କରି ଦଶହଜାର ଟଙ୍କା ଲେଖାଏଁ କିଓସ୍କ କର୍ମଚାରୀ ଉଠାଇ ନେଇଥିବା କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତଦନ୍ତ କରି କିଓସ୍କ କର୍ମଚାରୀ ମହେଶ ବେହେରାଙ୍କୁ ପୁଲିସ ଥାନାକୁ ଡାକି ପଚରା ଉଚୁରା କରିଥିଲା ଏବଂ ସେହି ଆଧାରରେ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଜନୈକ ଏସବିଆଇ କିଓସ୍କ ମହିଳା ଅଧିକାରୀଣୀ ଝିଲି ବାଦୀଙ୍କ ବିରୁଦ୍ଧରେ କୋର୍ଟରୁ ଅନୁମତି ନେଇ କିଓସ୍କ ପରିସରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଛାନଭିନ୍ କରିଥିଲେ । ଉକ୍ତ କିଓସ୍କ କାର୍ଯ୍ୟାଳୟର ଘର ମାଲିକ, କୋଟଗଡ ବଣିକ ସଙ୍ଘ ସଭାପତି ତାରିଣୀ ପତି ଓ ସ୍ଥାନୀୟ ଭଦ୍ର ଲୋକଙ୍କ ସମ୍ମୁଖରେ ତାଲା କାଟି ଏକ ଘଣ୍ଟାକାଳ ଖାନ ତଲାସୀ କରିବା ପରେ ଦୁଇଟି କମ୍ପୁଟର ଜବତ କରିଛି ପୋଲିସ୍ । ଅନ୍ୟପଟେ କିଓସ୍କ କାର୍ଯ୍ୟାଳୟର ଅଧିକାରୀଣି ବର୍ତ୍ତମାନ ସମୟରେ ଫେରାର ଥିବା ଜଣାପଡ଼ିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି କୋଟଗଡ଼ ପୋଲିସ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ