କିଛି ନେତାଙ୍କ ଦିନରେ ବସନ୍ତ ରାତିରେ ବାସନ୍ତୀ ପ୍ରତିପକ୍ଷକୁ ବେଶ୍ ସୁହାଇବ। : ଦିଗପହଣ୍ଡି
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ନଗର ବିଜେଡିର ଦୁଇ ଜଣଙ୍କୁ ନିଲମ୍ବନ ପରେ ଦିଗପହଣ୍ଡି ବିଜେଡିରେ ଚାପା ଗୁଞ୍ଜରଣ। ଖୋଲମଖୋଲା କର୍ମୀ ମାନେ ଆଲୋଚନା ହେଉ କିମ୍ବା ମନ୍ତବ୍ୟ ନଦେଇପାରିଲେ ମଧ୍ୟ ଦଳ ପାତର ଅନ୍ତର କରୁଛି ବୋଲି ଅଭିଯୋଗ ଆଣୁଛନ୍ତି। କାହାକୁ କେଉଁ ମାନଦଣ୍ଡରେ ନିଲମ୍ବନ କରାଯାଉଛି ତାହାକୁ ଚିନ୍ତା କରି ଟେର ପାଇପାରୁ ନାହାଁନ୍ତି ଦଳର କର୍ମୀ। ଜନୈକ ଛାମୁଆ ବରିଷ୍ଠ ନେତା ପୂର୍ବତନ ନଗରପାଳ ନିଜର ଘନିଷ୍ଠ ବୃତ୍ତିଗତ ସହାୟକକୁ ଦଳୀୟ ଶୃଙ୍ଖଳା ଭାଙ୍ଗି ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ପ୍ରାର୍ଥୀ ନିମନ୍ତେ ଖୋଲାମେଲା ପ୍ରଚାର ଆରମ୍ଭ କରିଥିଲେ ମଧ୍ୟ ରୋକ ଲଗାଇବାରେ ଦଳୀୟ ହାଇକାମାଣ୍ଡ ବିଫଳ ନା ଜାଣି ନଜାଣିଲା ଭଳି ଚୁପ୍ ତାହା ବର୍ତ୍ତମାନ ଦିଗପହଣ୍ଡି ନଗର ବିଜେଡିରେ ଗୁଞ୍ଜରଣ ସୃଷ୍ଟି କରିଛି। ଅନ୍ୟପଟେ ଦଳର କିଛି ପୋଷ୍ଟରବଏ ଟିଭି ସାମନାରେ ଗୋଟିଏ କଥା ସହ ପରଦା ପଛରେ ଆଉଗୋଟିଏ କାମ ବିରୋଧୀ ଦଳକୁ ବେଶ୍ ସୁହାଇବ ବୋଲି ଆଲୋଚନା। ପ୍ରଚାର ମୈଦାନରୁ ସବୁ ଦଳ ଆଜି ନିୟମ ପ୍ରକାରେ ବନ୍ଦ ରଖିଥିଲେ ମଧ୍ୟ ୨୩ ତାରିଖ ଅସଲ ରାଜନୈତିକ ଖେଳ ରହିଛି। କାହା ଖାତାକୁ କେତେ ଯିବ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି। କାରଣ ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ ଅଧିକ ଥିଲେ ମଧ୍ୟ ବର୍ତ୍ତମାନ କିଛି ନେତାଙ୍କ ଦିନରେ ବସନ୍ତ ରାତୀରେ ବାସନ୍ତି ପ୍ରତିପକ୍ଷକୁ ବେଶ୍ ସୁହାଇବ।ଜନୈକ ଛାମୁଆ କର୍ମୀ କହିଛନ୍ତି ଆସନ୍ତା କାଲି ଗୋଟିଏ ଦିନରେ ଦଳର ଜିଲ୍ଲା ହାଇକମାଣ୍ଡ ଯଦି ବସନ୍ତବାସନ୍ତୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନନିଅନ୍ତି ତେବେ ପ୍ରତିପକ୍ଷ ଆରାମରେ ଅଧ୍ୟକ୍ଷ ପଦ ହାତେଇଦେବେ। ଆସନ୍ତା କାଲି ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ।


