କିଡନୀ ନଷ୍ଟ କରୁଥିବା ଖାଦ୍ୟପେୟ
ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରେ କିଡନୀ ଅନ୍ୟତମ । ଶରୀରର ସବୁ କ୍ରିୟାକୁ ସନ୍ତୁଳିତ ରଖିବାରେ ଏହା କାର୍ଯ୍ୟ କରିଥାଏ । ଆମ ଶରୀରର ୪୦୦ରୁ ଅଧିକ କାମ କରିଥାଏ କିଡନୀ । ଶରୀରର ସନ୍ତୁଳନ ରଖିବା କାମ କିଡନୀ ହିଁ କରିଥାଏ । କିଡନୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ କରିବା ହୋଇଥାଏ । ବର୍ତ୍ତମାନ ଲୋକଙ୍କୁ ଫାଷ୍ଟଫୁଡ୍ ଖାଇବା ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ ଶରୀର ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ ଜାଣିପାରିବେ । କିନ୍ତୁ ସେତେବେଳେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ । ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ ଲିଭରକୁ ଖରାପ କରିବା ପାଇଁ ଯଥେଷ୍ଟ । ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାଂସର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା କିଡନୀକୁ ଅକାମୀ କରିଦିଏ । ଏହା ବ୍ୟତୀତ ସବୁ ମଦ, ଅଧିକ ତେଲମସଲା ଯୁକ୍ତ ଖାଦ୍ୟ, ମାତ୍ରାଧିକ ମୃଦ୍ୟୁ ପାନୀୟ ସେବନ ଯୋଗୁଁ କିଡ୍ନୀ ଉପରେ କୁପ୍ରଭାବ ପଡ଼ିଥାଏ ।