କିଡ଼ନୀ ରୋଗୀ ଭାରତ ଭୂଷଣଙ୍କୁ‘ମୁଁ ତୁମର’ ସଂଗଠନ ପକ୍ଷରୁ ସହାୟତା

ବାଲେଶ୍ୱର, (ସରୋଜ ପଣ୍ଡା):କିଡ଼ନୀ ରୋଗରେ ପୀଡ଼ିତ ବାଲେଶ୍ୱର ସହରର ଉଦୀୟମାନ ଯୁବନେତା ଭାରତ ଭୂଷଣ ଦାସ (ଦୀପୁ)ଙ୍କ କିଡ଼ନୀ ପ୍ରତ୍ୟାରୋପଣ ପାଇଁ ସ୍ୱେଚ୍ଛାସେବୀ ସଂଗଠନର ‘ମୁଁ ତୁମର’ ସହାୟତାର ହାତ ବଢ଼ାଇଛି । ଯୁବନେତା ଶୁଭେନ୍ଦୁ ମଙ୍ଗରାଜଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୫୦ହଜାର ଟଙ୍କାର ଚେକ ବୁଧବାର ଦୀପୁଙ୍କୁ ପ୍ରଦାନ କରିଛନ୍ତି । ଦୀପୁଙ୍କ ଭଳି ଜଣେ ଭଲ ମଣିଷଙ୍କ ଜୀବନ ବଞ୍ଚାଇବାକୁ କ୍ଷମତା ଅନୁସାରେ ସହଯୋଗ କରିବାକୁ ଶ୍ରୀ ମଙ୍ଗରାଜ ସମସ୍ତଙ୍କୁ ନିବେଦନ କରିଛନ୍ତି । ଚେକ ପ୍ରଦାନ ବେଳେ ଅଭୟ କୁମାର ସାମଲ, ସନ୍ତୋଷ କୁମାର ଦାସ, ରାଜୁ ଦାସ, ନୟନ ଦାସ, ପରମେଶ୍ୱର ସାମଲ, ସୁରେଶ ମହାଳିକ, ଉତ୍ତମ ଦାସ ପ୍ରମୁଖ ଉପସ୍ଥିତ ରହି ଦୀପୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ