କିଡ୍ନୀ ବିକ୍ରି ଲାଗି ଅନୁମତି ଦିଅ

ଭୋପାଳ(ଏଜେନ୍ସି): ପାଖରେ ଅର୍ଥ ସମ୍ବଳ ନାହିଁ, ତଥାପି ନିର୍ବାଚନ ଲଢ଼ିବାକୁ ଉକ୍ରଣ୍ଠା ଆଗ୍ରହ । ମଧ୍ୟପ୍ରଦେଶ ବାଲାଘାଟ୍ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ପୂର୍ବତନ ସମାଜବାଦୀ ବିଧାୟକ କିଶୋର ସମରିତେ ନିର୍ବାଚନ ଆୟୋଗଙ୍କ ନିକଟରେ କରିଥିବା ଆବେଦନକୁ ନେଇ ଏପ୍ରକାର ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ନିର୍ବାଚନ ପ୍ରଚାର ପାଇଁ କିଶୋରଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ସମ୍ବଳ ନଥିବାରୁ ସେ ଏନେଇ ନିର୍ବାନଚ କମିଶନ(ଇସି)ଙ୍କ ସହାୟତା ଲୋଡିଛନ୍ତି । ଯଦି ଇସି ତାଙ୍କୁ ସହାୟତା ନ କରିବେ ତେବେ ସେ କିଡ୍ନୀ ବିକ୍ରି କରିବାକୁ ବାଧ୍ୟ ହେବେ । ତେବେ ଏଥିପାଇଁ ଇସି ତାଙ୍କୁ ଅନୁମତି ଦିଅନ୍ତୁ ବୋଲି ଦର୍ଶାଇ କିଶୋର ଏହି ଚିଠି ଲେଖିଛନ୍ତି ।
ଏଥିରେ ସେ ଦର୍ଶାଇଛନ୍ତି ଯେ, ନିର୍ବାଚନକୁ ଆଉମାତ୍ର ୧୫ ଦିନ ବାକି ରହିଥିବାବେଳେ ଅର୍ଥ ଅଭାବରୁ ସେ ପ୍ର·ର କରି ପାରୁନାହାନ୍ତି । ଲୋକସଭା ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀଙ୍କ ସର୍ବାଧିକ ବ୍ୟୟ ସୀମା ୭୫ଲକ୍ଷ ଟଙ୍କା ରହିଥିବା ବେଳେ ତାଙ୍କୁ ଏହି ଅର୍ଥ ସାହାଯ୍ୟ ଆକାରରେ କିମ୍ବା ବ୍ୟାଙ୍କ୍ରୁ ଋଣ କରାଇଦେବା ପାଇଁ ସେ ଇସିଙ୍କୁ ଅନୁରୋଧ କରିଛନ୍ତି । କିଶୋରଙ୍କ କହିବାନୁସାରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କ ନିକଟରେ ହଜାର ହଜାର କୋଟିର ସମ୍ପତ୍ତି ରହିଥିବା ବେଳେ ତାଙ୍କ ପାଖରେ ଏତେ ପରିମାଣର ଅର୍ଥ ନାହିଁ । ବାଧ୍ୟହୋଇ ସେ ନିଜ କିଡ୍ନୀ ବିକ୍ରି କରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ଏପରି କରିବା ପାଇଁ ମଧ୍ୟ ଇସି ତାଙ୍କୁ ଅନୁମତି ଦେବା ଆବଶ୍ୟକ ଥିବାରୁ ସେ ଏବେ ଇସିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଅନୁସାରେ ବିଗତ ୧ଠ ବର୍ଷ ପରେ କିଶୋର ସମରିତେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । କିଶୋର କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟା ଦିନକୁ ଦିନ ବ୍ୟୟବହୁଳ ହୋଇପଡୁଥିବାରୁ ସାଧାରଣ ଲୋକ ନିର୍ବାଚନ ଲଢ଼ିବାକୁ ପଛଘୁଞ୍ଚା ଦେଉଛନ୍ତି । ପ୍ରକାଶ ଯେ, ଚଳିତ ନିର୍ବାଚନୀ ଋତୁରେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଜୋରସୋରରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । କେବଳ ସେତିକି ନୁହେଁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା ଦେଇ ଲୋଭାନ୍ୱିତ କରୁଛନ୍ତି ପ୍ରାର୍ଥୀ । ଭୋଟ୍ ପାଇଁ ଟଙ୍କା ଠାରୁ ଆରମ୍ଭ କରି ମଦ ଓ ଦାମୀ ଉପହାର ଦିଆଯାଉଛି । ଯେଉଁଠି ଗୋଟିଏ ପଟେ ନିର୍ବାଚନ ଜିତିବା ପାଇଁ ନେତାମାନେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି, ଅନ୍ୟପଟେ ଏପରି ଜଣେ ପ୍ରାର୍ଥୀ ଚଳିତ ନିର୍ବାଚନ ଲଢ଼ିବା ପାଇଁ ନିଜ କିଡ୍ନୀ ବିକ୍ରି କରିବାକୁ ଇସିଙ୍କୁ ଗୁହାରି କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ