କିଡ୍ସ ପ୍ଲେ ସ୍କୁଲ ଅଶୋକ ନଗର ଶାଖାର ଦ୍ଵିତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଵ୍ରହ୍ମପୁର ମେଡ଼ିକାଲ କଲେଜର ରେଜିଷ୍ଟ୍ ର ତଥା ପରିଚାଳକ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଥିଲେ । ବିଦ୍ୟାଳୟର ନିର୍ଦେଶୀକା ତଥା ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ସାବତ , ସଭାଧକ୍ଷ ଶ୍ରୀକାନ୍ତ ସାବତ ଓ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା ।ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ସକ ନୃତ୍ୟ ଏବଂ ଗୀତ ଅତିଥି ଏବଂ ଦର୍ଶକ ମାନଙ୍କ ମନକୁ ବେଶ ଛୁଇଁ ଥିଲା ।ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ସିଲ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା ।ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ହେଲେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵିତୀୟ ମା ।ଶିକ୍ଷୟିତ୍ରୀ ମାନଙ୍କ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀ ମାନେ ଆଗକୁ ବଢି ପାରିଛନ୍ତି ।ଛାତ୍ରଛାତ୍ରୀ ମାନଙ୍କ କୃତିତ୍ୱ ପଛରେ ଶିକ୍ଷୟିତ୍ରୀ ମାନଙ୍କ ଅବଦାନ ବେଶ ଅତୁଳନୀୟ ବୋଲି ଅତିଥି ନିଜ ମତବ୍ୟକ୍ତ କରିଥିଲେ ।ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ସାବତ ,ସଭାଧକ୍ଷା ଶ୍ରୀକାନ୍ତ ସାବତ ,ସହ ସଦସ୍ୟ ବୃନ୍ଦ ଆଦିତ୍ୟ ନାରାୟଣ ସାବତ ,ଆୟୁଷ ସାବତ, ସୁଶାନ୍ତ ସାବତ, ଅବିନାଶ ସାବତ ଏବଂ ସମସ୍ତ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ