କିଡ୍ନୀ ଷ୍ଟୋନ୍ର ଘରୋଇ ଉପଚାର
କିଡ୍ନୀରେ ଯେତେ ସବୁ ରୋଗ ହୁଏ ଅବା ଯେତେ ସବୁ ସମସ୍ୟା ଦେଖାଯାଏ, ତା’ଭିତରୁ ଷ୍ଟୋନ୍ ବା ପଥର ସମସ୍ୟା ଗୋଟିଏ । କିଡ୍ନୀରେ ପଥର ହେଲେ ଏହାକୁ ଅପରେସନ୍ କରି କଢ଼ାଯାଏ । ତେବେ ଆପଣ ଜାଣିଛନ୍ତି କି ଏହାର ଘରୋଇ ଉପଚାର ମଧ୍ୟ ରହିଛି, ଯାହାକୁ ବ୍ୟବହାର କରି କିଡ୍ନୀରୁ ପଥର ସମସ୍ୟାକୁ ଦୂର କରାଯାଇପାରିବ । ତା’ହେଲେ ଆସନ୍ତୁ ଜାଣିବା ସେହି ଉପଚାରଗୁଡ଼ିକ ବିଷୟରେ ।
୧. ଅଧିକ ପାଣି ପିଅନ୍ତୁ । ଅଧିକ ପାଣି ପିଇଲେ ୟୁରିନ୍ ମାଧ୍ୟମରେ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରିଥାଏ । ଜଣେ ସୁସ୍ଥ ମଣିଷ ଦିନକୁ ୭ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ୍ । ତେବେ କିଡ୍ନୀ ସମସ୍ୟା ଥିଲେ, ଅଧିକ ପାଣି ପିଅନ୍ତୁ । ପାଣି ଷ୍ଟୋନ୍କୁ ବାହାର କରିବାରେ ସାହାଯ୍ୟ କରିବ ।
୨. ଲେମ୍ବୁ ରସରେ ଅଳ୍ପ ଅଲିଭ୍ ଅଏଲ୍ ମିଶାଇ ପିଅନ୍ତୁ । ଏହା କିଡ୍ନୀ ଷ୍ଟୋନ୍ ପାଇଁ ବହୁତ ଉପକାରୀ ଘରୋଇ ଉପଚାର । ଲେମ୍ବୁ ଓ ଅଲିଭ୍ ଅଏଲ୍ର ମିଶ୍ରଣ ଆପଣଙ୍କ କିଡ୍ନୀରେ ଥିବା ଷ୍ଟୋନ୍କୁ ଭାଙ୍ଗିବାରେ ସାହାଯ୍ୟ କରିବ ।
୩. ପ୍ରତିଦିନ ସେଓ ରସ ପିଅନ୍ତୁ । ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ କିଡ୍ନୀ ଷ୍ଟୋନ୍କୁ ଛୋଟ ଛୋଟ ଖଣ୍ଡରେ ପରିଣତ କରିବାରେ ସାହାଯ୍ୟ କରିଥାଏ । ଏପରିକି ସେଓ ରସ ଷ୍ଟୋନ୍କୁ ସମ୍ପୂର୍ଣ୍ଣ ଭଲ ମଧ୍ୟ କରି ଦେଇଥାଏ । ସେଓ ରସ ପିଇବା ସମୟରେ ଧ୍ୟାନଦିଅନ୍ତୁ । ଦୁଇ ଚାମଚ ଗରମ ପାଣି ସହିତ ସେଓ ରସ ମିଶାଇ ପିଅନ୍ତୁ । ଏହାକୁ ପିଇବା ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
୪. କର୍ଣ୍ଣ ହେୟାର୍ ବା ମକା ଭିତରେ ଥିବା କେଶ ଭଳି ଅଂଶ କିଡ୍ନୀ ଷ୍ଟୋନ୍ ପାଇଁ ଖୁବ୍ ଉପକାରୀ । ଏହାର ବ୍ୟବହାର ଦ୍ୱାରା ଅଧିକ ପରିସ୍ରା ଲାଗିଥାଏ ଓ ପରିସ୍ରା ଯୋଗେ ଷ୍ଟୋନ୍ ଛୋଟ ଛୋଟ ଖଣ୍ଡରେ ବାହାରି ଯାଇଥାଏ । କର୍ଣ୍ଣ ହେୟାର୍କୁ ପାଣିରେ ଫୁଟାଇ ପିଅନ୍ତୁ । ଏସବୁ ଘରୋଇ ଉପଚାର କରିବା ପୂର୍ବରୁ ଡାକ୍ତରଙ୍କର ପରାମର୍ଶ ଅବଶ୍ୟ ନିଅନ୍ତୁ ।


