କିନର ମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର କିନର ମହାସଂଘର ଶୋଭାନେତ୍ରୀ ମୋନିସା ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏକ ୮ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାରୁ ନକଲି କିନର ଚିନ୍ହଟ କରାଇବା ସହ ଅସଲି କିନର ମାନଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା,ସମସ୍ତ ସରକାରୀ କାର୍ଯ୍ୟାଳୟରେ କିନର ମାନଙ୍କୁ ଯୋଗ୍ୟତା ଅନୁଯାଇ ନିଯୁକ୍ତି ପ୍ରଦାନ କରାଇବା,ମୁନିସିପାଲଟି/ଏନ.ଏ.ସି/ମେଡ଼ିକାଲ ମାନଙ୍କରେ ଏଜେନ୍ସି ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟରେ କିନର ମାନଙ୍କୁ ନିୟୋଜିତ କରାଇବା,ମେଡ଼ିକାଲରେ କିନର ମାନଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବିଭାଗ ଖୋଲାଯିବ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା, କିନର ମାନଙ୍କ ଥଇଥାନ ପାଇଁ ସରକାରୀ ଜମି ଓ ସରକାରୀ ଘର ତୁରନ୍ତ ଯୋଗେଇବା ପାଇଁ ପଦକ୍ଷେପ ଗ୍ରହଣ କରିବା, DMF ପାଣ୍ଠିରୁ କିନର ମାନଙ୍କୁ ସ୍କୁଟି ପ୍ରଦାନ କରାଇବା,କିନର ମାନଙ୍କୁ ନେଇ SHG ଗ୍ରୁପ ଗଠନ କରିବାର ଏକ ମାସ ଭିତରେ କିନର SHG ମାନଙ୍କୁ ମିଳୁଥିବା ସମସ୍ତ ସହାୟତା ପ୍ରଦାନ କରାଇବା,କିନର ମାନଙ୍କୁ ଅନ୍ତର୍ଦ୍ୱୟ ଯୋଜନାରେ ସାମିଲ କରି ମାସକୁ ୩୫ କିଲ ଚାଉଳ ଯୋଗାଣ ଦେବା ପାଇଁ ଦାବିପତ୍ରରେ ଉଲେଖ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ,ଜିଲ୍ଲାରେ କିନର ମାନେ ଅବହେଳାର ଶିକାର ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିବା ବେଳେ କିନର ମାନଙ୍କୁ ମୂଖ୍ୟସ୍ରୋତରେ ସାମିଲ କରି ସାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ସତ କିନ୍ତୁ କିନର ମାନେ ମୂଖ୍ୟସ୍ରୋତରେ ସାମିଲ ହୋଇ ସାବଲମ୍ବୀ ହେବା ଦୂରର କଥା ଏଠି ଏନଜିଓ ମାନେ ଲାଭବାନ ହୋଇ ମାଲେ ମାଲ ହେଉଛନ୍ତି ଆଉ ବାଧ୍ୟ ହୋଇ କିନର ମାନେ ରାସ୍ତା କୋଡ଼କୁ ଯିବାପାଇଁ ବାଧ୍ୟ ହେଉଛନ୍ତି,ବାରମ୍ବାର ଏନଜିଓ ମାନଙ୍କ ଦ୍ୱାରା ଶୋଷଣର ଶିକାର ହେବା ପରେ ଜିଲ୍ଲାର କିନର ମାନେ ଏକତ୍ରିତ ହୋଇ ନିଜ ଅଧିକାର ଓ ହକ ପାଇଁ ନିଜେ ନିଜେ ସଂଘର୍ଷ ଆରମ୍ଭ କରିଛନ୍ତି,ସରକାରୀ ସ୍ତରରେ ଅବହେଳାର ଶିକାର ହୋଇ ବାଧ୍ୟ ହୋଇ ରାସ୍ତାକଡ଼,ଟେନ ବେଗିଙ୍ଗ,ମାର୍କେଟ କଲେକ୍ସନ, ବିଭିନ୍ନ କାର୍ଯ୍ୟକ୍ରମ ଅନିଚ୍ଛା ସତ୍ଵେ ନାଚ,ଗୀତ କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କିନର ସଂଘ ଶୋଭାନେତ୍ରୀ ମୋନିସା ସାହୁ କହିଛନ୍ତି ଯଦି ଆଜିର ଦାବି ଅନୁଯାୟୀ ସମସ୍ତ ପ୍ରକାର ଦାବୀ ପୁରଣ ପାଇଁ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଆମେ ସମସ୍ତ କିନର ସସମ୍ମାନରେ ସବଲମ୍ବୀ ହୋଉ ଜୀବନ ଯାପନ କରିବା ସହିତ ଖୁସିରେ ରହିବା,ଯଦି ଏକମାସ ମଧ୍ୟରେ ଦାବି ଗୁଡ଼ିକ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦିବାରାତ୍ର ଧାରଣାରେ ବସିବେ ବୋଲି ଲିଖିତରେ ଜଣେଇଛି ।ଆଜି ଦାବିପତ୍ର ପ୍ରଦାନ ସମୟରେ,ମୟୂରୀ ସିଂ,ଜୁଲି ହେମ୍ରମ,ବାସନ୍ତୀ ସରେନ,ଶିକ୍ଷା ତୋରେଇ,ରାଧିକା ନାୟକ ସନ୍ଧ୍ୟାରାଣୀ ସିଂ,ମୋଲିକା ସିଂ,ଉର୍ବଶୀ ନାଥ,ମାନି ଦାସ,ପ୍ରିୟଙ୍କା ମାଇତି,କବିତା ସିଂ,ପୂଜାରଣୀ ମାଝୀ,ଲିଜା ପ୍ରଧାନ,ମାୟା କିଷାନ ଉପସ୍ଥିତ ଥିଲେ