କିନ୍ନରମାନଙ୍କ ବୋହୂରାମାତା ପୂଜାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କିନ୍ନରମାନଙ୍କ କୁଳଦେବୀ ହେଉଛନ୍ତି ବୋହୁରା ମାତା । ଏହି ବୋହୁେ·ରା ମାତାଙ୍କୁ କିନ୍ନରମାନେ ପୂଜାର୍ଚ୍ଚନା କରିବା ସହ ଯାହା ମାନସିିକ କରିଥାନ୍ତି ତାହା ପୂରଣ ହେବା ସହ କିନ୍ନର ଜନ୍ମରୁ ମୁକ୍ତି ପାଇବା ପାଇଁ ଏହି ପୂଜା କରାଯାଏ । ଆଜି ଓମ୍ କିନ୍ନର ଡ଼ମଣାସ୍ଥିତ କିନ୍ନର ବସ୍ତିରେ ବୋହୁେ·ରା ମାତା ପୂଜା କରିଥିଲେ । ସକାଳୁ ମା’ଙ୍କୁ ହଳଦୀ ପାଣିରେ ଗାଧୋଇ ଦେବା ସହ ଧୂପ, ଦୀପ, ଫଳ, ଫୁଲ ଭୋଗ ଅର୍ପଣ କରି ଦିନସାରା ଉପାସ ରହି ଏହି ପୂଜାର୍ଚ୍ଚନା କରିଥିଲେ । କିନ୍ନରମାନଙ୍କ ବଡ଼ ଗୁରୁ ସୁଇଟି କିନ୍ନର ଓ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କ ନେତୃତ୍ୱରେ ଏହି ବସ୍ତିରେ ନିମ୍ବ, ଅଶୋକ, କଦମ୍ବ, ବଉଳ ଭଳି ବିଭିନ୍ନ ପ୍ରକାର ଔଷଧୀୟ ·ରା ରୋପଣ କରାଯାଇଥିଲା । ଏହା ବ୍ୟତୀତ ଭୁବନେଶ୍ୱର, ବ୍ରହ୍ମପୁର ସମେତ ରାଜ୍ୟର ବହୁ ଖାଲି ଜାଗାଗୁଡ଼ିକରେ ବିଭିନ୍ନ ସମୟରେ କିନ୍ନରମାନଙ୍କ ଦ୍ୱାରା ଔଷଧୀୟ ·ରା ରୋପଣ କରାଯିବା ସହ ମାଗଣାରେ ମଧ୍ୟ ·ରା ବଣ୍ଟନ କରାଯିବ । ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାରେ ହୋଇଥିବା ମହାବାତ୍ୟା ଫନି ପ୍ରଭାବରେ ୬୦%ରୁ ଉଦ୍ଧ୍ୱର୍ ଗଛ ନଷ୍ଟ ହୋଇଥିବା ବେଳେ ଭବିଷ୍ୟତରେ ଅମ୍ଲଜାନର ଅଭାବକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ଏହିସବୁ ସମସ୍ୟାର ସମାଧାନ ପାଇଁ କିନ୍ନର ସଂଘ ତରଫରୁ ଏହା ଏକ ବଡ଼ ପ୍ରୟାସ । ଏହି କାର୍ଯ୍ୟକ୍ରମରେ କିନ୍ନର ନେତ୍ରୀ ସୋନମ କିନ୍ନର, ମେନକା କିନ୍ନର, ରମା କିନ୍ନର, ଶ୍ରୀଦେବୀ, କମଳା, ଚନ୍ଦା, ତନିସା, ପ୍ରିୟା, ଜୁଲି, ଗୁଡ଼ୁଲି, ଖୁସି କିନ୍ନର ଓ ଭେଣ୍ଡିଂଜୋନର ଅନୁଜ ପ୍ରଧାନ ପ୍ରମୁଖ ଯୋଗ ଦେବା ସହ ·ରା ରୋପଣ କରିଥିଲେ ।


