କିରଣ ପୋଲିସ ଡିଜିପିଙ୍କ ଆୱାର୍ଡ ପାଇଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ମାଟିର ପୁଅ କିରଣ ଚନ୍ଦ୍ର ପାତ୍ର ଶ୍ରେଷ୍ଠ ପୋଲିସ କର୍ମଚାରୀ ଭାବେ ଡିଜିପିଙ୍କ ଆଓାର୍ଡ୍ୱରେ ପୁରସ୍କୃତ ହୋଇଛନ୍ତି । ୨୦୦୨ରେ ସେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ବାରାଣାସୀ ସରକାରୀ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବଳରାମ ପାତ୍ରଙ୍କ ସେ ସନ୍ତାନ ଅଟନ୍ତି । ୨୦୨୦-୨୧ ପାଇଁ ତାଙ୍କୁ ଶ୍ରେଷ୍ଠ ପୋଲିସ କର୍ମଚାରୀ ରୂପେ ଡିଜିପିଙ୍କ ସମେଣ୍ଡସନ୍ ରୋଲ୍ ପୁରସ୍କାର ମିଳଛି । ରାୟଗଡା ଏସ୍ପି ବିବେକାନନ୍ଦ ଶର୍ମା (ଆଇପିଏସ୍) ଏହି ପୁରସ୍କାର କିରଣ କୁମାରଙ୍କୁ ପ୍ରଦାନ କରିଛନ୍ତି । ପ୍ରତିକ୍ରିୟାରେ କିରଣ କୁମାର କହିଛନ୍ତି ଯେ ଉକ୍ତ ପୁରସ୍କାର ପାଇ ସେ ଖୁବ୍ ଗର୍ବିତ । ଅଧିକ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ସକାଶେ ଏହା ତାଙ୍କୁ ପ୍ରେରଣା ଯୋଗାଇବ ।