କିରାଣୀ ଓ ଶିକ୍ଷକ ମଧ୍ୟରେ ଚେୟାର ଫିଙ୍ଗା ଫିଙ୍ଗି ଓ ହାତାହାତି ପୋଲିସ ର ତଦନ୍ତ ଜାରୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ଘଟିଛି ଏକ ଅଭାବନୀୟ ଘଟଣା l ଶିକ୍ଷକ ଓ କିରାଣୀ ଙ୍କ ମଧ୍ୟରେ କିଛି ଦିନ ହେଲା କିଛି କାର୍ଯ୍ୟକୁ ନେଇ କଥା କଟାକଟି ହୋଇ ଥିବା ବେଳେ ତାହା ବର୍ତ୍ତମାନ ଉଗ୍ରରୂପ ଧାରଣ କରି କାର୍ଯ୍ୟାଳୟ ଭିତରେ ଚେୟାର ଫିଙ୍ଗା ଫିଙ୍ଗି ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ପ୍ରକାରେ କୌଣସି ଏକ ସରକାରୀ କାର୍ଯ୍ୟକୁ ନେଇ ଶିକ୍ଷକ ଦଣ୍ଡପାଣି ବଳିୟାର ସିଂ ଓ କିରାଣୀ ରାଜୁ ସିଂ ଙ୍କ ମଧ୍ୟରେ ପ୍ରଥମେ କଥା କଟା କଟି ଓ କିଛି ସମୟ ପରେ ଉଭୟ ଙ୍କ ମଧ୍ୟରେ ହତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା କାର୍ଯ୍ୟାଳୟ ରେ ସମସ୍ତ କର୍ମଚାରୀ ଙ୍କୁ ସ୍ତବ୍ଧ କରିବା ସହ ପରିସ୍ଥିତି ଅଶାନ୍ତ ହୋଇଥିଲା l ଏହା ପରେ ଉପସ୍ଥିତ କିଛି ଶିକ୍ଷକ ଓ କର୍ମଚାରୀ ଛଡା ଛଡ଼ି କରିଥିଲେ l ଏହା ପରେ ଉପସ୍ଥିତ ଥିବା ବ୍ଲକ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକ ପୋଲିସ କୁ ସୂଚନା ଦେବା ପରେ ଖବର ପାଇ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ସଦଳବଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ଉଭୟଙ୍କ ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।ଏଭଳି ଘଟଣା କୁ ବିଭିନ୍ନ ମହଲ ରେ ନିନ୍ଦା କରିବା ସହ ଶିକ୍ଷା ବିଭାଗ ଯେଉଁଠି ଲୋକଙ୍କୁ କରୋନା ମହାମାରୀ ବେଳେ ସଚେତନତା କରୁଥିବା ବେଳେ ଏଭଳି ଆଚରଣ କୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ଥାନା ଅଧିକାରୀ ବାବା ଶଙ୍କର ସାରଫ କହିଛନ୍ତି ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି, ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି l ଉଭୟ ପକ୍ଷ କୁ ଥାନାକୁ ଡକାଯାଇ ପଚାରା ଉଚୁରା ପରେ ମାମଲା ରୁଜୁ ହେବ ବୋଲି କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ