କିରୋସିନି ଢାଳି ସ୍ତ୍ରୀ କୁ ଜାଳିଦେଲା ସ୍ୱାମୀ
ଫୁଲବାଣୀ : ରାଇକିଆ ବ୍ଲକ ମଣ୍ଡାକିଆ ଅଂଚଳରେ ଘଟିଛି ଏକ ଲୋମ ଟାଙ୍କୁରା ଘଟଣା । ପାରିବାରିକ କଳହରୁ କେନ୍ଦ୍ର କରି ନିଜ ସ୍ତ୍ରୀ ଉପରେ ସ୍ୱାମୀ ଉତକ୍ଷିପ୍ତ ହୋଇ କିରୋସିନି ଢାଳି ପୋଡିଦେବା ପାଇଁ ଉଦ୍ୟମ କରିଛି । ସୂଚନା ଅନୁଯାୟୀ ପ୍ରମୋଦ ଓ ସ୍ତ୍ରୀ ଅଞ୍ଜଳି ଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ର କରି ଜୋରଦାର ପାଟିତୁଣ୍ଡ ହୋଇଥିଲା । ଏହା ପରେ ସ୍ୱାମୀ ଅଞ୍ଜଳି ଉପରେ ଉତ୍କ୍ଷିପ୍ତ ହୋଇ କିରୋସିନି ଢାଳି ଜାଳିଦେବା ପାଇଁ ଉଦ୍ୟମ କରିଥିଲା । ଖବର ପାଇ ୁ ପରିବାର ଲୋକେ ପ୍ରଥମେ ଅଞ୍ଚଳିକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ତା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିିକିସ୍ରାଳୟକୁ ସ୍ଥାନାନ୍ତରିତ କରାଯାଇଛି ।