କିରୋସିନ ଚାଳିତ ଏକ ଘରୋଇବସକୁ ଜବତକଲା ଖାଉଟି ବିଭାଗ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଏକ ଘରୋଇ ବସ ଜୁବଲି ନାମକ ବସ ନଂ ଓଆର ୧୨ଏ୫୬୫୬ ନାମକ ବସଟି କିରୋସିନ ପକାଇ ଗାଡି ଚଲାଉଥିବା ଅଭିଯୋଗ ହେଇଆସୁଥିଲା । ଆଜି ଯୋଗାଣ ବିଭାଗ ବସଷ୍ଠାଣ୍ଡକୁ ଦିବା ୧୨ଟା ସମୟରେ ଯାଇ ଏହି ଗାଡି ଉପରେ ଚଢାଉ କରିଥିିିଲେ । ଚଢାଉ କରିବା ସମୟରେ ଗାଡିରେ ଥିବା ତେଲଟାଙ୍କିରୁ କିରୋସିନ ବାହାରିଥିଲା । ଟାଙ୍କି ଭିତରୁ ୩୫ ଲିଟର କିରୋସିନ ବାହାରିଥିଲା । ଏହାପରେ ଗାଡିକୁ ଜବତ କରି ଥାନାକୁ ଅଣାଯାଇଛି । ଏହି ଚଢାଉ ସମୟରେ ବାଲିଗୁଡା ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ମଳିକ ଓ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


