କିଶାନ ସଂଘର୍ଷ କୋଡିନେସନ କମିଟିର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି,(ୱାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ କୃଷକ ବିଲ ୨୦୨୦ ପ୍ରତିବାଦରେ ଭବାନୀପାଟଣା ଠାରେ କିଶାନ ସଂଘର୍ଷ କୋଡିନେସନ କମିଟିର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ । ଶତାଧିକ ଚାଷୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଥମତଃ ସରକାର ଅଧ୍ୟାଦେଶ ଜରିଆରେ ବିଲ୍ ପାସ୍ କରି କୃଷି କ୍ଷେତ୍ରରେ କର୍ପୋରେଟ କୁ ପ୍ରୟାସ କରି ଚାଷୀଙ୍କ ସହ ବିଶ୍ୱାସଘାତ କରିଥିବା ଅଭିଯୋଗ କରିଛନ୍ତି । ଦ୍ୱିତୀୟତ ଜମାଖୋରୀକୁ ଲାଭ ପହଞ୍ଚାଇବାକୁ ଯାଇ ବର୍ତ୍ତମାନର ନିୟନ୍ତ୍ରିତ ବଜାର କମିଟି ଆଇନକୁ ଦୁର୍ବଳ କରାଯାଇଛି । ଯାହାକୁ ଚାଷୀ ସ୍ୱୀକାର କରିବ ନାହିଁ । ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ଚାଷୀ ନେତା ଚେତାବନୀ ଦେଇଛନ୍ତି । ଏହି ଚାଷୀ ବିକ୍ଷୋଭକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନର ସମର୍ଥନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ