କିଶୋର ତରାଇ ପାଟଣା ଓ କେଉଁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଲୋକପ୍ରିୟ ନେତା କିଶୋର ଚନ୍ଦ୍ର ତରାଇଙ୍କୁ କେଉଁଝର ଜିଲ୍ଲାର ପାଟଣା ଓ କେଉଁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପକ୍ଷରୁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ସଂଗଠନକୁ ଶକ୍ତିଶାଳୀ ଓ ମଜଭୁତ କରିବା ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଦଳୀୟ ଅସନ୍ତୋଷକୁ ସମାଧାନ କରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ନିଯୁକ୍ତିକୁ ନେଇ କେନ୍ଦ୍ରାପଡାରେ ବିଜେଡିର ପ୍ରମୁଖ କର୍ମକର୍ତ୍ତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ