କିଶୋର ନ୍ୟାୟ ଆଇନ୍ ଏବଂ ବାଧ୍ୟତାମୂଳକ ଶିକ୍ଷାଧିକାର ଆଇନ୍ ସମ୍ବନ୍ଧିତ ସଚେତନତା ଶିବିର

ବାଲେଶ୍ୱର,(ଯୁଗାବ୍ଦ ନ୍ୟଜ୍୍ର): ଜିଲ୍ଲା ଆଇନସେବା ପ୍ରାଧିକରଣ, ବାଲେଶ୍ୱର ଆନୁକୁଲ୍ୟରେ ପବ୍ଲିକ୍ ହାଇସ୍କୁଲ୍, ବାଲେଶ୍ୱର ଠାରେ କିଶୋର ନ୍ୟାୟ ଆଇନ୍ ଏବଂ ବାଧ୍ୟତାମୂଳକ ଶିକ୍ଷାଧିକାର ଆଇନ୍ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇ ଅଛି । ଏହି ଶିବିରରେ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ, ବାଲେଶ୍ୱର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ର ଅତିରିକ୍ତ ଜିଲ୍ଲା ଏବଂ ଦୈାରାଜଜ୍-୦୩ ଶ୍ରୀଯୁକ୍ତ ସୁବାସ କୁମାର ବିହାରୀ, ଅତିରିକ୍ତ ବରିଷ୍ଠ ଦେଓାନୀ ଜଜ୍-୦୧ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ, ଅତିରିକ୍ତ ବରିଷ୍ଠ ଦେଓାନୀ ଜଜ୍-୦୩ ଶ୍ରୀଯୁକ୍ତ ସ୍ୱୟଂ ପ୍ରକାଶ ଦାସ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଭାଗିରଥୀ ବାରିକ୍, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଗୈାରୀମଣି ଉପାଧ୍ୟାୟ, ପଦ୍ମଲୋଚନ ଦତ, ଜିଲ୍ଲା ଉପ ଆରକ୍ଷୀ ଅଧୀକ୍ଷକ ଉମେଶ ଚନ୍ଦ୍ର ପଣ୍ଡା, ପବ୍ଲିକ୍ ହାଇସ୍କୁଲ୍ ର ସହକାରୀ ଶିକ୍ଷକ ବଟକୃଷ୍ନ ମିଶ୍ର ଯୋଗଦାନ କରି ଉପରୋକ୍ତ ଆଇନ ଗୁଡିକ ର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପରିଶେଷ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତି ମଣି ସାହୁ ନିଜର ବକ୍ତବ୍ୟ ରଖିବା ସହିତ ମଂଚାସୀନ ବକ୍ତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ, ବାଲେଶ୍ୱରର ସଚିବ ଶ୍ରୀଯୁକ୍ତ ସୁକୁମାର ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ