କିଶୋର ଶ୍ରମିକ ମାନଙ୍କ ବିପଦ ସଂକୁଳ କାର୍ଯ୍ୟରେ ନିରାକରଣ ସଚେତନତା ସଭା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜଉଗଡ଼ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଛେଦ ଓ କିଶୋର ଶ୍ରମିକ ମାନଙ୍କ ବିପଦ ସଂକୁଳ କାଯ୍ୟରେ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟତଃ ଶିଶୁ ଶ୍ରମିକ ରୋକିବା ସହ ଅନ୍ୟାନ୍ୟ ଶିଶୁ ଆଇନ ସମ୍ବନ୍ଧ ରେ ଆଲୋଚନା ହୋଇଥିଲା, ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରଜସ୍ୱ )ପ୍ରିୟ ରଞ୍ଜନ ପୃଷ୍ଟି ମୁଖ୍ୟ ଅତିଥି ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ସଚେତନତା କରାଇଥିଲେ,ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଣି କଲ୍ୟାଣୀ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ,ସିଡ଼ବ୍ଲୁ ସି ର ଡ଼ଃ ଶ୍ୟାମ କାନ୍ତ ଜେନା, ବ୍ରହ୍ମପୁର ଡ଼ିଏଲସି ବାବୁ ଚରଣ ପାତ୍ର, ବ୍ରହ୍ମପୁର ଶ୍ରମ ଅଧିକାରୀ ରବୀନ୍ଦ୍ର ନାଥ ତ୍ରିପାଠୀ, ଛତ୍ରପୁର ଭାରପ୍ରାପ୍ତ ଶ୍ରମ ଅଧିକାରୀ ଵି. ହୁସିକେଶ ରାଓ, ସହକାରୀ ଶ୍ରମ ଅଧିକାରୀ ରଶ୍ମି ରେଖା ପଣ୍ଡା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଂଗୀତା ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଗଞ୍ଜାମ ପୋଲିସ ଜିଲ୍ଲାର ଡ଼ିଏସପି ମମତା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ,ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ର ବିଜୟ ମଲ୍ଲିକ ଓ ଭୀମସେନ ପାତ୍ର ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ