କିଷାନ କଂଗ୍ରେସ ପକ୍ଷରୁ ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୁଳ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଅକ୍ଷୟ ତୃତୀୟା ଅବସରରେ ରବିବାର ଗଂଜାମ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ହିଂଜିଳିକାଟୁ ବ୍ଳକ ଗଣ୍ଡଳା ପଂଚାୟତ ପଳାସି ଗ୍ରାମରେ ଅକ୍ଷିମୁଠି ଅନୁକୁଳ କରାଯାଇଛି । ରାଜ୍ୟ କୃଷକ କଂଗ୍ରେସ ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ ଯୋଗ ଦେଇ ହଳବଳଦ ଧରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ବୃନ୍ଦାବନ ଖଟାଇ, ରାଜ୍ୟ କିଷାନ କଂଗ୍ରେସ ସାଧାରଣ ସମ୍ପାଦକ ସାଇରାମ ପାତ୍ର, ବସନ୍ତ କୁମାର ପଟ୍ଟନାୟକ, ନାଗଭୁଷଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ଭୁତାଣୁ ସଂକ୍ରମଣ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ କୃଷି ଓ କୃଷକର ସୁବିିଧା ସକାଶେ ସୁଲଭ ମୂଲ୍ୟରେ କୀଟନାଶକ ଔଷଧ, ବିହନ, ସାର ଇତ୍ୟାଦି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।