କିଷାନ କଲ୍ୟାଣ ସଙ୍ଘର ନୂତନ ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କିଷାନ କଲ୍ୟାଣ ସଙ୍ଘର ନୂତନ ରାଜ୍ୟ ସଭାପତି ଭାବେ ରାଜକିଶୋର ପ୍ରଧାନ ଏବଂ ରାଜ୍ୟ ମହିଳା ସଭାନେତ୍ରୀ ଭାବେ ନିରୁପମା ଦାସଙ୍କୁ ମନୋନିତ କରାଯାଇଥିବାରୁ ପୂର୍ବ ଓଡିଶା ନିର୍ମାଣ ସଙ୍ଘ ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ପୂର୍ବ ଓଡିଶା ନିର୍ମାଣ ସଙ୍ଘର ଜିଲ୍ଲା ସଭାପତି ନିରଞ୍ଜନ ପରିଡା ଓ ରାଜ୍ୟ ସମ୍ପାଦକ ସୈାମ୍ୟରଞ୍ଜନ ଧଳ ପ୍ରମୁଖ ଉଭୟ ଶ୍ରୀ ପ୍ରଧାନ ଏବଂ ଶ୍ରୀମତୀ ଦାସଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ଉଭୟ ଶ୍ରୀ ପ୍ରଧାନ ଏବଂ ଶ୍ରୀମତୀ ଦାସ ରାଜ୍ୟରେ କିଷାନମାନଙ୍କ କଳ୍ୟାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ପରିଡା ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ