କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶ ଗୋରଖପୁରଠାରେ ୭୫ ହଜାର କୋଟି ଟଙ୍କା ସମ୍ବଳିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ଏକ କୋଟି ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କାର ପ୍ରଥମ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଡିଜିଟାଲ ହସ୍ତାନ୍ତରଣ ପ୍ରକ୍ରିୟାରେ ଏହି ଯୋଜନାର ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ କୃଷକ ରାଲିକୁ ଉଦବୋଧନ ଦେଇ କହିଛନ୍ତି ଯେ ଭାରତ ସଦା ସର୍ବଦା କୃଷକମାନଙ୍କ ସହ ଛିଡା ହୋଇଛି। ଫେବୃଆରୀ ୨୪ ଦିନଟି ଇତିହାସରେ ଏକ ସ୍ମରଣୀୟ ଦିବସ ହୋଇ ରହିବ ବୋଲି କହିବା ସହ ଲାଲ ବାହାଦୁର ଶାସ୍ତ୍ରୀଙ୍କ ’ଜୟ ଯବାନ ଜୟ କିଷାନ’ ସ୍ଲୋଗାନ ବାସ୍ତବତାରେ ପରିଣତ ହୋଇଥିବା ସେ କହିଛନ୍ତି। ପୂର୍ବର ସରକାରକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ କେବଳ କାଗଜପତ୍ରରେ ଅନେକ ଗୁଡିଏ ଯୋଜନା କରିଥିଲେ କିନ୍ତୁ କୃଷକମାନଙ୍କୁ ସଶକ୍ତ କରିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। କିଛି ରାଜ୍ୟ ସରକାର ଏହି ଯୋଜନାରେ ପଞ୍ଜିକରଣ ପାଇଁ କୃଷକ ତାଲିକା ଦେଇ ନ ଥିବାରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସମାଲୋଚନା କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଏହି ଉତ୍ସବରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ସିଓଲ ଶାନ୍ତି ପୁରସ୍କାର ପାଇଁ ଶୁଭେଚ୍ଛା ଜଣେଇବା ସହ ତାଙ୍କୁ ବିଶ୍ୱ ଚମ୍ପିୟାନ କହି ସମ୍ବୋଧନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ