କିସ ଅନୁଷ୍ଠାନ ପକ୍ଷରୁ ପିଲାଙ୍କ ପାଇଁ ପୋଷାକ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର,(ୱାଇଏନ୍ଏସ୍): କିସ ଅନୁଷ୍ଠାନ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ପିଲାଙ୍କ ପାଖରେ ପହଞ୍ଚିଲା ପୋଷାକ ଓ ଶୁଖିଲା ଖାଦ୍ୟ | ଲକଡାଉନ ଯୋଗୁ କିସରେ ପଢ଼ୁଥିବା ପିଲାମାନେ ଏବେ ନିଜ ଗ୍ରାମରେ ରହିଥିବାବେଳେ କିସ ର ପ୍ରତିଷ୍ଠାତା ଡଃ.ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିସ କର୍ମଚାରୀ ମାନେ ପ୍ରତ୍ୟକ ଗ୍ରାମରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ସବୁ ସାମଗ୍ରୀ ପ୍ରଦାନ କରିଛନ୍ତି | ଗଞ୍ଜାମ ଜିଲ୍ଲା କୋଦଳା,ବୁଗୁଡ଼ା ଓ ପୋଲସରା ବ୍ଲକ ଅଞ୍ଚଳର କିସ ଛାତ୍ର ଛାତ୍ରୀଙ୍କୁ ପୋଲସରା ନିକଟସ୍ଥ ମା ସିଂହାସିନୀଙ୍କ ଶକ୍ତିପୀଠ ନିକଟରେ ସମସ୍ତ ସାମଗ୍ରୀ ପ୍ରଦାନ କରାଯାଇଥିଲା | ପୂର୍ବରୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବହି ଓ ପାଠ୍ୟ ଉପକରଣ ଦିଆଯାଇଥିଲା | ଗରିବ ଓ ଅଭାବୀ ଶ୍ରେଣୀର ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ଡଃ.ସାମନ୍ତ ଏଭଳି ଭାବରେ ସାହାଯ୍ୟ ଯୋଗାଇ ଦେଉଥିବାରୁ ଆଦିବାସୀ ସଙ୍ଗଠନ ଓ ଅଭିଭାବକ ମହଲରେ ଡଃ.ସାମନ୍ତଙ୍କ ଏଭଳି ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ