କିସ ତରଫରୁ ଅଭିଭାବକ ସମ୍ମିଳନୀ ମାଗଣା ରେ ଉନ୍ନତ ମାନର ଶିକ୍ଷା ପାଇଁ ଗୁରୁତ୍ୱାରୋପ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ ): ପିଲାମାନେ ଯେପରି ଭଲ ପାଠ ପଢି ଆଗକୁ ବଢ଼ି ଭଲ ମଣିଷ ହେବେ ଆଉ ନିଜ ପରିବାର, ଗାଁ ଆଉ ପାଠ ପଢୁଥିବା କିସ ଅନୁଷ୍ଠାନର ନାଁ ରଖିବେ ସେନେଇ କିସ ଅନୁଷ୍ଠାନ ପକ୍ଷରୁ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଠାରେ ଏକ ଅଭିଭାବକ ସମ୍ମିଳନୀ (କୋରକମିଟି) ଆୟୋଜିତ କରାଯାଇଥିଲା । ଏଥିରେ କିସ ଅନୁଷ୍ଠାନର ଜିଲା ସଂଯୋଜକ ଦ୍ଭାଗିରଥି ସେଠୀ ଯୋଗଦେଇ ଅଭିଭାବକ ମାନଙ୍କ ସହ ଶିକ୍ଷା ସଂପର୍କରେ ଆଲୋଚନା କରି କିସ୍ ପକ୍ଷରୁ କିଭଳି ମାଗଣାରେ ଉନ୍ନତ ମାନର ଶିକ୍ଷା, ପ୍ରଦାନ କରାଯିବା ସହ ଥଇଥାନ କରାଯାଉଛି ସେ ନେଇ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି କୋରକମିଟି ବୈଠକରେ ବ୍ଳକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଓ ଗ୍ରାମରୁ ବହୁ ଅଭିଭାବକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


