କି ରାତି କି ଦିନ ବିଜୁଳି କାଟ ଘନ ଘନ : ପ୍ରଚଣ୍ଡ ରୌଦ୍ର ତାପ ତାତି ସମୟରେ ଅଘୋଷିତ ବିଦ୍ୟୁତକାଟ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ପ୍ରଚଣ୍ଡ ରୌଦ୍ର ତାପ ତାତି ସମୟରେ ଅଘୋଷିତ ବିଦ୍ୟୁତକାଟ ରେ କଲବଲ ମୟୁରଭଞ୍ଜ ଜିଲ୍ଲାର ପାଞ୍ଚପିଢ଼ ଉପଖଣ୍ଡ ବାସୀ ବିଦ୍ୟୁତ କାଟ ଫଳରେ ମୋବାଇଲ ଲାଇଟ ରେ ପାଠ ପଢା ଚାଲିଛି। ଏହା ସହ ଫ୍ୟାନ ବୁଲୁନଥିବାରୁ ଗରମ ଗୁଳୁଗୁଳି ରେ ଆଉଟ ପାଉଟ ମଣିଷ ବିଞ୍ଚଣା ହିଁ ଭରସା ଦିନବେଳା ଖରା ର ପ୍ରକୋପ ଯେତିକି ଅସ୍ତବ୍ୟସ୍ତ କରୁଛି ବିଦ୍ୟୁତ କାଟ ତାକୁ ଦ୍ବିଗୁଣିତ କରିଦେଉଛି ସମାନ ସ୍ଥିତି ଉପଖଣ୍ଡ ର ଯଶିପୁର, ଶୁକୃଳି, ରରୁଆଁ, ଠାକୁରମୁଣ୍ଡା ବ୍ଲକ ଓ କରଞ୍ଜିଆ ଏନଏସି ଅଞ୍ଚଳ ରେ ସଞ୍ଜ ନଇଲେ ରାଜୁତି କରୁଛି ଅନ୍ଧକାର। ଏଠି ପାୱାର କଟ ନିତିଦିନିଆ ବ୍ୟାପାର ପାଲଟିଛି ଘନ ଘନ ବିଦ୍ୟୁତ କାଟରେ ଅସ୍ତବ୍ୟସ୍ତ ହୋଇଗଲେଣି ବିଦ୍ୟୁତ ଉପଭୋକ୍ତା ସକାଳ, ମଧ୍ୟାହ୍ନ, ସନ୍ଧ୍ୟା, ରାତି କେତେବେଳେ ବି ନିସ୍ତାର ନାହିଁ ଏଠି ପ୍ରଶ୍ନ ରାଜ୍ୟ ବାସୀଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗେଇଦେବାକୁ ଟାଟା ପାୱାର ଦେଇଥିବା ପ୍ରତିଶୃତି ଗଲା କୁଆଡେ? କାହିଁକି ଉପଭୋକ୍ତା ଙ୍କ ସହ ଏଭଳି ଲୁଚକାଳି ଖେଳ ? ଯେଉଁ ଟାଟା ପାୱାର ହାତକୁ ବିଦ୍ୟୁତ ବିତରଣ ହସ୍ତାନ୍ତର ପରେ ଆଉ ଆଦୌ ବିଦ୍ୟୁତ କାଟ ହେବନି ବୋଲି କୁହାଯାଉଥିଲା ଏବେ କିନ୍ତୁ ବାସ୍ତବ ଚିତ୍ର ସ୍ୱମ୍ପୂର୍ଣ ଅଲଗା ବଡ଼ ବଡ଼ିଆ ଙ୍କ ଇନଭେଟର, ଜେନେରେଟର ବ୍ୟବସ୍ଥା ଥିବାରୁ ସର୍ବାଧିକ ପ୍ରଭାବିତ ହେଉଛନ୍ତି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ । ପାୱାର କଟ ପାଇଁ ଯେଉଁ ଟ୍ରାନ୍ସଫର୍ମର ମରାମତି ଆଳ ଦେଖାଯାଉଛି ତାକୁ ନେଇ ତେଜିଲାଣି ଆସନ୍ତୋଷ ନିଜ ଦୋଷ ଲୁଚେଇବାକୁ ବିତରଣ କମ୍ପାନୀ ର ଏହା ଚାଲ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ତେଣେ ଲୋକଙ୍କ ଚରମ ଆକ୍ରୋଶ ଭିତରେ ଟାଟା ପାୱାର ସଫେଇ ଦେଇ କହିଛି କି ଟ୍ରାନ୍ସଫମର ମରାମତି ଓ ଲୋ ଭୋଲ୍ଟେଜ ସମସ୍ୟା, ଜଳ ବିଦ୍ୟୁତ ଉତ୍ପାଦନ ହ୍ରାସ, କୋଇଲା ମିଳୁନଥିବାରୁ ତାପଜ ବିଦ୍ୟୁତ ଯୋଗାଣ ରେ ହ୍ରାସ ଇତ୍ୟାଦି ବିଦ୍ୟୁତ କାଟ ର ମୁଖ୍ୟ କାରଣ ଏପରିକି ଏବେ ଅସ୍ଥାୟୀ ରୂପେ ପାୱାର କଟ ହେଉଛି ଆଗକୁ ମଧ୍ୟ ବିଦ୍ୟୁତ କାଟ ଜାରି ରହିବ ବୋଲି ବିତରଣ କମ୍ପାନୀ ସୂତ୍ର ରୁ ପ୍ରକାଶ । ଟାଟା ପାୱାର ରାଜ୍ୟରେ ବିଦ୍ୟୁତ ବିତରଣ ଦାଇତ୍ୱ ନେବାପରେ ବିଭିନ୍ନ ସ୍ଥାନ ରୁ କେତେବେଳେ ବିଦ୍ୟୁତ ବିଲ ରେ ଗଡ଼ବଡ ତ କେତେବେଳେ ଅଧିକ ଦେୟ ଆଦାୟ ଅଭିଯୋଗ ହେଉଛି ତା ପରେ ପ୍ରଚଣ୍ଡ ଗରମରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଅସନ୍ତୋଷ ଚରମ ସୀମା ରେ ପହଞ୍ଚାଇଛି । ତେବେ ପାଣିପାଗ ବିଭାଗ ପୂର୍ବନୁମାନ ଅନୁସାରେ ରାଜ୍ୟରେ ଆଗକୁ ଖରା ର ପ୍ରୋକପ ଓ ଗ୍ରୀଷ୍ମ ପ୍ରବାହ ଆହୁରି ବଢିପାରେ ଟାଟା କମ୍ପାନୀ ର ଏଭଳି ପନ୍ଥା ଯଦି ନ ବଦଳେ ତେବେ ଜନସାଧାରଣ ଙ୍କ ଅବସ୍ଥା ଆହୁରି ଜଟିଳ ହେବ ।