କୀଟନାଶକ ଖାଇ ଯୁବତୀଙ୍କ ଆତ୍ମହତ୍ୟା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଗୋପାଳପୁର ଥାନା ଅନ୍ତର୍ଗତ ଆରୁଅପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଆରୁଆପଲ୍ଲୀ ଗ୍ରାମର ଯୁକ୍ତ ୩ ରେ ପଢୁଥିବା ସନ୍ତୋଷିନୀ ନାମକ ଜଣେ ଯୁବତୀ କିଟନାଷକ ମେଡିସିନ ଖାଇ ଗୁରୁତର ଆହାତ ହୋଇଥିଲେ ।ଗୁରୁତର ଆହାତ ସମୟରେ ତାଙ୍କୁ ବଡ ମେଡିକାଲରେ ଭର୍ତ୍ତିକରିଥିଲେ । ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ପଟେ ସନ୍ତୋଷିନୀ ପ୍ରଧାନଙ୍କର ନିର୍ବନ୍ଧ ହେବାର ଯୋଜନା ରହିଥିବା ଜଣାପଡିଛି । ତେବେ ସେ କୈାଣସି କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରୀ ରଖିଛି ।